logo
add image
ନୂଆପଡା କଟିଙ୍ଗପାଣି ଗାଁରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ଵ ପ୍ରଶାସନ

ନୂଆପଡା କଟିଙ୍ଗପାଣି ଗାଁରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜସ୍ଵ ପ୍ରଶାସନ" କାର୍ଯ୍ୟକ୍ରମ ଅନୁଷ୍ଠିତ l

ନୂଆପଡା/୧୭/୧୨/୨୦୨୫/(ଆଧାର ମିଡ଼ିଆ-ସୁଜିତ କୁମାର ପ୍ରଧାନ)-ନୂଆପଡା ତହସିଲର କଟିଙ୍ଗପାଣି ଗାଁରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ"ରାଜସ୍ଵ ପ୍ରଶାସନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିl  ପ୍ରଶାସନକୁ ସୁଦୃଢ଼ କରିବା ଏବଂ ଜନସାଧାରଣଙ୍କ ଅଭିଯୋଗର ତୁରନ୍ତ ସମାଧାନ ସୁନିଶ୍ଚିତ କରିବାପାଇଁ ଆଜି ଏହି କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲାପାଳଙ୍କ ସହିତ ଉପ- ଜିଲ୍ଲାପାଳ ସୂର୍ମୀ ସୋରେନ୍,ତହସିଲଦାର ପ୍ରଣବ ରଞ୍ଜନ ସାହୁ ଏବଂ ନୂଆପଡା ତହସିଲର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣୀ ହୋଇଥିଲା।
ଜିଲ୍ଲାପାଳଙ୍କ ପରିକଳ୍ପନାରେ ଆୟୋଜିତଏହି ପଦକ୍ଷେପ ମୁଖ୍ୟତଃ ଗ୍ରାମ ସ୍ତରରେ ରାଜସ୍ୱ ଏବଂ ଜମିମାମଲା ସମ୍ବନ୍ଧୀୟ ସାଧାରଣ ଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରିବାପାଇଁ ଉଦ୍ଦିଷ୍ଟଥିଲା। ଆଲୋଚନା ସମୟରେ,ଗ୍ରାମବାସୀମାନେ ସକ୍ରିୟ ଭାବରେ ସେମାନଙ୍କର ସମସ୍ୟା ପ୍ରଶାସନ ସମ୍ମୁଖରେ ରଖିଥିଲେ l ସମୟସୀମା ମଧ୍ୟରେ ଏସବୁର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ଆବଶ୍ୟକୀୟ ନିର୍ଦ୍ଦେଶ ଦେଇଥିଲେ। ଏଠାରେ ରାଜସ୍ୱ ସମ୍ବନ୍ଧୀୟ ସମସ୍ୟା ବ୍ୟତୀତ ରାସ୍ତା ସଂଯୋଗୀକରଣ, ବିଦ୍ୟୁତ ଯୋଗାଣ,ପାନୀୟ ଜଳ ଯୋଗାଣ ଏବଂ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧୀୟ ଅଭିଯୋଗ ମଧ୍ୟ ଜିଲ୍ଲାପାଳ ଶୁଣିଥିଲେ।
ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଉଠାଯାଇଥିବା ସମସ୍ୟା ଉପରେ ଧ୍ୟାନ ଦିଆଯାଇଥିଲା ଏବଂ ସମ୍ପୃକ୍ତ ବିଭାଗ ଦ୍ୱାରା ଉପଯୁକ୍ତ ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଗ୍ରାମବାସୀ ଉତ୍ସାହ ସହିତ ଅଂଶଗ୍ରହଣ କରିଥିଲେ l ଜିଲ୍ଲାପାଳ କହିଲେଯେ ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିଶେଷ କରି ଦୁର୍ଗମ ଏବଂ ଅନୁନ୍ନତ ଅଞ୍ଚଳରେ ଜିଲ୍ଲା ପ୍ରଶାସନର ଗଠନମୂଳକ , ସମାବେଶୀ ଏବଂ ଲୋକକୈନ୍ଦ୍ରିକ ଶାସନ ପ୍ରତି ପ୍ରତିବଦ୍ଧତାକୁ ଏହି ସମାବେଶ ଆହୁରି ସୁଦୃଢ଼ କରିବ l ସମସ୍ତ ସରକାରୀ ସୁବିଧା ସୁଯୋଗକୁ ଦୂର ଦୁରାନ୍ତ ପ୍ରତି ଦ୍ଵାର ଦେଶରେ ପହଞ୍ଚାଇବା ପାଇଁ ନୂଆପଡା ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତିବଦ୍ଧ l ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଲୋକ ମାନଙ୍କ ଆପତ୍ତି ଅଭିଯୋଗ ଶୁଣିବା ପାଇଁ ଏକ ଦୂରବର୍ତ୍ତୀ ଗ୍ରାମରେ ପହଞ୍ଚି ଥିବାରୁ ଗ୍ରାମବାସୀ  ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିଲେ l (ନୂଆପଡାରୁ ସୁଜିତ କୁମାର ପ୍ରଧାନଙ୍କ ରିପୋର୍ଟ)

Recent Comments

Leave Comments

Top