logo
add image
ଅମୃତଭଣ୍ଡା ତୋଳିବାବେଳେ ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ

ଅମୃତଭଣ୍ଡା ତୋଳିବାବେଳେ ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା/୧୮/୧୨/୨୦୨୫/:(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ): ମୃତ୍ୟୁ କେତେବେଳେ କେମିତି ଆସିବ,ସେକଥା କିଏ ଜାଣିନଥାଏ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ । ଅମୃତଭଣ୍ଡା ତୋଳିବା ବେଳେ ଅକାଳରେ ଚାଲିଗଲା ମହିଳାଙ୍କ ଜୀବନ । ସୂଚନା ପ୍ରକାରେ ଗୁରୁବାର ପୂର୍ବାହ୍ନରେ ଗୋଛା ପଡ଼ା ଗ୍ରାମର ଚନ୍ଦ୍ରକଳା ଦିଗାଳ ନାମକ ଜଣେ ମହିଳା ନିଜ ବାଡ଼ିରୁ ଅମୃତଭଣ୍ଡା ତୋଳିବା ବେଳେ ମହିଳାଙ୍କ ମୁଣ୍ଡ ଓ ଛାତିରେ ଅମୃତଭଣ୍ଡା ମାଡ଼ ହୋଇଯିବା ଫଳରେ ଚନ୍ଦ୍ରକଳା ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଯାଇଥିଲେ । ପରିବାର ଲୋକେ ଚନ୍ଦ୍ରକଳାଙ୍କୁ ଅଚେତ ଅବସ୍ଥାରେ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଚନ୍ଦ୍ରକଳାଙ୍କୁ ଡାକ୍ତର ମୃତଘୋଷଣା କରିଥିବା ଜଣାପଡ଼ିଛି । ଖବରପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ଥାନା ଅଧିକାରୀ ସମ୍ବିତ୍ ସ୍ବାଇଁ ପହଁଚି ଶବକୁ ଜବତକରିବା ସହ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।

Recent Comments

Leave Comments

Top