ବୌଦ୍ଧ/୧୮/୧୨/୨୦୨୫/(ଆଧାର ମିଡ଼ିଆ)-ଜିଲ୍ଲା ଷ୍ଟାଡିୟମରେ ଦୁଇଦିନ ଧରି ଅନୁଷ୍ଠିତ ହେବାକୁଥିବା ବୌଦ୍ଧଜିଲ୍ଲା କ୍ରୀଡାସଂଘର ବାର୍ଷିକ କ୍ରୀଡାଉତ୍ସବ ଆଜି ଉଦଘାଟିତ ହୋଇଯାଇଛି ।ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ତଥା ବୌଦ୍ଧଜିଲ୍ଲା କ୍ରୀଡା ସଂଘର ସଭାପତି ବିଭୁତି ଭୂଷଣ ନାୟକ ଯୋଗଦେଇ ସ୍ଥାନୀୟ ଭୈରବୀ ମନ୍ଦିରରୁ ଆସିଥିବା କ୍ରୀଡା ମଶାଲ ଗ୍ରହଣ କରିବା ସହ କ୍ରୀଡା ପ୍ରତିଯୋଗିତାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ବୌଦ୍ଧ ବ୍ଲକଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଜିଲ୍ଲା କ୍ରୀଡାସଂଘର ସାଧାରଣ ସଂପାଦକ ଯୁଗଳ କିଶୋର ସାମଲ, ସହକାରୀ ଜିଲ୍ଲା କ୍ରୀଡା ଅଧିକାରୀ ସୁଧର୍ମା ମଲ୍ଲିକ, ଜିଲ୍ଲା କ୍ରୀଡାସଂଘ ଯୁଗ୍ମ ସମ୍ପାଦକ ଲମ୍ବୋଦର ପୁରୋହିତ,ବରିଷ୍ଠ କ୍ରୀଡାବିତ ଶ୍ୟାମ ସୁନ୍ଦର ମହାପାତ୍ର ଯୋଗଦେଇଥିଲେ.ଏହି କ୍ରୀଡା ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍କୁଲ, କଲେଜ ଓ କ୍ଲବରୁ ୫୫୦ ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ପ୍ରଥମ ଦିନରେ ୩୫୦ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ।୩୦ ଜଣ କ୍ରୀଡା ପରିଚାଳକ ପ୍ରତିଯୋଗିତାକୁ ପରିଚାଳନା କରିଥିବା ବେଳେ ଶୁକ୍ରବାର ଏହି କ୍ରୀଡା ପ୍ରତିଯୋଗିତା ଉଦଯାପନ ହେବ ।
Recent Comments