logo
add image
ବଲାଣି ରୁଙ୍ଗଟା ପ୍ରାଇଭେଟ୍ ସାଇଡିଂରେ ଏକ ମାଲବୋଝେଇ ଟ୍ରେନ ଦୁର୍ଘଟଣା ଗ୍ରସ୍ତ l

ବଲାଣି ରୁଙ୍ଗଟା ପ୍ରାଇଭେଟ୍ ସାଇଡିଂରେ ଏକ ମାଲବୋଝେଇ ଟ୍ରେନ ଦୁର୍ଘଟଣା ଗ୍ରସ୍ତ l

ବଲାଣି/ବଡ଼ବିଲ/୧୯/୧୨/୨୫/(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)- କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ଖାଦାନ ରେଳ ଷ୍ଟେସନ ର ରୁଙ୍ଗଟା ପ୍ରାଇଭେଟ୍ ସାଇଡିଂରେ ଶୁକ୍ରବାର ଦିନ ସକାଳୁ ଏକ ମାଲବୋଝେଇ ଟ୍ରେନ ଲାଇନରୁ ଖସିପଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିବାର ଦେଖିବାକୁ ମିଳିଛି । ଟ୍ରେନଟି ବିନା ଇଞ୍ଜିନ ସାହାଯ୍ୟରେ ଗଡିଯିବାରୁ ଚକ ଲାଇନ ବାହାରକୁ ଚାଲିଯାଇଥିଲା ଫଳରେ ଟ୍ରେନର ବ୍ରେକଭେନ୍ ସହ ଦୁଇଟ୍ରେନ୍ ବଗି ଲାଇନଚ୍ୟୁତ ହୋଇଥିଲା।ସୂଚନା ଯୋଗ୍ୟ ଯେ ଚକ୍ରଧରପୁର ଡିଭିଜନରେ ଥିବା ବଲାଣି ଖଦାନର ରୁଙ୍ଗଟା ପ୍ରାଇଭେଟ୍ ସାଇଡିଂରେ କିଛିଦିନ ପୂର୍ବେ ଟ୍ରେନଟି ଲୌହଗୁଣ୍ଡ କଞ୍ଚାମାଲ ବୋଝେଇ ହୋଇ ଛିଡ଼ା ହୋଇଥିଲା । ଶୁକ୍ରବାର ଦିନ ସକାଳ ସମୟରେ ଏକ ଇଞ୍ଜିନ ଲଗାଇ ଟାଣିବାପାଇଁ ପ୍ରସ୍ତୁତ ହେଉଥିବା ବେଳେ ବିନା ଇଞ୍ଜିନରେ କିଛିବାଟ ପଛକୁ ଚାଲିଯାଇ ଏକ କାନ୍ଥଧାରରେ ଲାଗି ଅଟକି ରହିଯାଇଛି, ଫଳରେ ଏକ ବଡ଼ ଅଘଟଣ ଦାଉରୁ ରକ୍ଷା ପାଇଯାଇଛି, ତେବେ ଏପରି ଅଘଟଣ କିପରି ଘଟିଲା ତାହା ଏଯାଏଁ ଅସ୍ପଷ୍ଟ ରହିଛି । ଯଦିଓ ଟ୍ରେନ ଟି କିଛି ଦିନ ପୂର୍ବ ରୁ ମାଲ ବୋଝେଇ ହୋଇ ଛିଡା ହୋଇଥିଲା ତେବେ ଏଥିରେ ସୁରକ୍ଷା ନିମନ୍ତେ ଚକ ପ୍ରତିରୋଧକ କାହିଁ କି ଲଗା ଯାଇ ନ ଥିଲା ? ଏହି ଅ ସୁରକ୍ଷା ଅବହେଳା ବିରୁଦ୍ଧ ରେ ରେଳ ବାଇ କର୍ତ୍ତୃପକ୍ଷ କାହା ପ୍ରତି କି କାର୍ଯ୍ୟାନଷ୍ଠାନ ଗ୍ରହଣ କରୁଛି ତାହା ଏବେ ଦେଖିବାକୁ ବାକି ରହିଲା।

Recent Comments

Leave Comments

Top