logo
add image
ରାଇକିଆ ବଣିକ ସଂଘର ୭ମ ପ୍ରତିଷ୍ଠା ଦିବସ

ରାଇକିଆ ବଣିକ ସଂଘର ୭ମ ପ୍ରତିଷ୍ଠା ଦିବସ

ବାଲିଗୁଡା/୧୯/୧୨/୨୦୨୫/:(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ସ୍ଥିତ ବଣିକ ସଂଘର ୭ମ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ସଭାପତି ପଦ୍ମ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ବ୍ଲକ ଅଧ୍ୟକ୍ଷା ରୀନା ପ୍ରଧାନ ବିଡ଼ିଓ ସବ୍ୟସାଚୀ ସାହୁ,ଥାନା ଅଧିକାରୀ ଆଶୁତୋଷ ପାଇକରାୟ ପ୍ରମୁଖ ଯୋଗ ଦେଇଥିଲେ । ସଂପାଦକ ଦୁର୍ଯ୍ୟୋଧନ ଲେଙ୍କା ବାର୍ଷିକ ବିବରଣୀ ପାଠ କରିଥିଲେ l ଉପସଭାପତି ସନ୍ତୋଷ ପଣ୍ଡା,ବି.ତ୍ରିପତି ସୁବୁଦ୍ଧି, କୋଷାଧ୍ଯକ୍ଷ ସତୀଶ ପାତ୍ର,ସଂଗଠନ ସମ୍ପାଦକ ଶ୍ରୀ ନିବାସ ଆଚାରି, ଯୁଗ୍ମ ସମ୍ପାଦକ ଆର.ମହେନ୍ଦ୍ର ପାତ୍ରଙ୍କ ସମେତ ସଂଘର ସମସ୍ତ ସଦସ୍ୟ ଏବଂ ନିମନ୍ତ୍ରିତ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Recent Comments

Leave Comments

Top