logo
add image
ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ

ଧର୍ମପ୍ରାଣ ବ୍ୟକ୍ତିଙ୍କ ପରଲୋକ

ରାୟଗଡା/ଗୁଣୁପୁର/୧୯/୧୨/୨୦୨୫/(ଆଧାର ମିଡ଼ିଆ)-ବିକ୍ରମପୁର ରାମକୃଷ୍ଣ ନଗର ବାସିନ୍ଦା କେ ଜେଗାରାଓ (୭୭)ଙ୍କ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଶ୍ରୀକାକୁଲମରୁ ଚିକିତ୍ସିତ ହୋଇ ଫେରୁଥିବା ବେଳେ ଅଧାବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। କିଛିଦିନ ହେଲା ସେ ଅସୁସ୍ଥଥିଲେ। ମରଶରୀରକୁ ରାତିରେ ବିକ୍ରମପୁର (ରାମକୃଷ୍ଣ ନଗର) ସ୍ଥିତ ବାସ ଭବନକୁ ଫେରାଇ ଅଣାଯାଇଛି। ସକାଳ ୯ ଟା ବେଳେ ବିକ୍ରମପୁର ବଂଶଧାରା ନଦୀ କୂଳରେ ଅନ୍ତେଷ୍ଟିକ୍ରିୟା କରାଯାଇଛି । ମୃତ୍ୟୁ ବେଳକୁ ପୁଅ ଶିବା ଓ ବୋହୁ, ତିନି ଭଣଜା ଗୌରୀ, ଦୁର୍ଗା, ରବି, ଭଉଣୀ ଓ ଜ୍ୱାଇଁ ଉପସ୍ଥିତ ଥିଲେ। ସେ ବଂଶଧାରା ନାପିତ ସଂଘର କୋଷାଧ୍ୟକ୍ଷ୍ୟ ଥିଲେ। ଏଥିସହ ସେ ଭଲ ମୂର୍ତ୍ତି କାରିଗର ଓ ଚିତ୍ର ଶିଳ୍ପୀ ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Recent Comments

Leave Comments

Top