ବାଲିଗୁଡା/୨୦/୧୨/୨୦୧୫/:(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳଜିଲ୍ଲା ବାଲିଗୁଡା ତଥା ଏହାର ଆଖ ପାଖ ଅଞ୍ଚଳରେ ବଡଦିନ ଉତ୍ସବ ପାଳନ ନିମନ୍ତେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଇଛି। ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭମ୍ ଭୋସଲେ, ଆଇଆଇସି ସମ୍ବିତ ସ୍ୱାଇଁଙ୍କ ସମେତ ସଦଳବଳ ପୋଲିସ ବାଟାଲିୟନ ସମଗ୍ର ବାଲିଗୁଡା ସହର ଓ ବାରଖମା ପରିଭ୍ରମଣକରି ଚଳିତବର୍ଷ ବଡଦିନ କିପରି ଶାନ୍ତି ଶୃଙ୍ଖଳାର ସହିତ ପାଳନହେବ ସେ ସମ୍ପର୍କରେ ଫ୍ଲାଗମାର୍ଚ୍ଚ କରିବାର ଦେଖିବାକୁ ମିଳିଥିଲା। ବଡଦିନ ଯେତିକି ପାଖେଇ ଆସୁଛି ବଜାର,ହାଟ, ଦୋକାନ ସେତିକି ଭିଡ ଦେଖିବାରେ ମିଳୁଛି। ଖ୍ରୀଷ୍ଟିଆନ ଭାଇଭଉଣୀ ମାନେ ନିଜ ନିଜ ଘର ସହିତ ଗୀର୍ଜାଘର ଗୁଡିକ ସାଜସଜା କରି ରଙ୍ଗୀନ କରିବା ସହ ଆଲୋକମାଳାରେ ସୁନ୍ଦର ଦେଖାଯାଉଛି। ଏହି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଭାବରେ ଯେପରି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଭଉଣୀମାନେ ପାଳନ କରିପାରିବେ ସେଥିପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ସୁରକ୍ଷା ଉପରେ କଡାକଡ଼ି ଦୃଷ୍ଟି ରଖିଥିବା ବିଷୟ ବାଲିଗୁଡା ଏସଡିପିଓ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।
Recent Comments