ବାଲିଗୁଡ଼ା/୨୦/୧୨/୨୦୧୫/:(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ପ୍ରଶାସନ ପକ୍ଷରୁ ବ୍ଲକ ସଭାଗୃହ ଠାରେ ବଡ଼ଦିନ ଏବଂ ନୂତନବର୍ଷ ଉପଲକ୍ଷେ ଏକ ପ୍ରସ୍ତୁତିବୈଠକ ସ୍ଥାନୀୟ ତହସିଲଦାର ଦୀପ୍ତି ପ୍ରକାଶ ବେହେରାଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ବୈଠକରେ ବାଲିଗୁଡ଼ା ଅଞ୍ଚଳର ସମସ୍ତ ଧର୍ମର ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ l ଏଥିରେ ଅତିଥିଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ ମଲ୍ଲିକ ଯୋଗଦେଇ ବଡ଼ଦିନ ଏବଂ ନୂତନ ବର୍ଷକୁ ଶାନ୍ତି ଶୃଙ୍ଖଳାରେ ପାଳନ କରିବା ନିମନ୍ତେ ଆଲୋଚନା କରାଯାଇଥିଲା l ବିଶେଷ କରି ଖ୍ରୀଷ୍ଟଧର୍ମାଲମ୍ବଙ୍କ ଉଜାଗର ଓ ରାତ୍ରି ପ୍ରାର୍ଥନା ସମୟରେ ରାତ୍ରି କାଳୀନ ପେଟ୍ରୋଲିଂ ଏବଂ ପ୍ରତ୍ୟେକ ଚର୍ଚ୍ଚରେ ପୋଲିସର କଡାପହରା ନିମନ୍ତେ ଖ୍ରୀଷ୍ଟିଆନ ସମାଜପକ୍ଷରୁ ପ୍ରଶାସନ ନିକଟରେ ଅନୁରୋଧ ରଖାଯାଇଥିଲା l ଅପ୍ରତିକର ପରିସ୍ଥିତି ସୃଷ୍ଟି କରୁଥିବା ବ୍ୟକ୍ତି ଏବଂ ସୋସିଆଲ ମିଡିଆରେ ଧର୍ମବିରୋଧି ଉସକାଇଲା ଭଳି ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ ନିଆଯିବ ବୋଲି ଆଲୋଚନା କରାଯାଇଥିଲା l ଏହା ପରେ ଉପସ୍ଥିତ ଖ୍ରୀଷ୍ଟିଆନ ସମାଜ ପକ୍ଷରୁ ବଡ଼ଦିନ ମାନଙ୍କରେ ପ୍ରଶାସନପକ୍ଷରୁ ବିଭିନ୍ନ ଚର୍ଚ୍ଚଗୁଡ଼ିକୁ ବୁଲି ପରିଦର୍ଶନ କରିବାପାଇଁ ବାରଖମା ଖ୍ରୀଷ୍ଟିଆନ ସମାଜ ସଭାପତି ପ୍ରକାଶ କୁମାର ନାୟକ ପ୍ରସ୍ତାବ ରଖିଥିଲେ। ଏହି ବୈଠକରେ ବାଲିଗୁଡ଼ାର ସବୁଧର୍ମର ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l
Recent Comments