logo
add image
କୃଷକନେତା,ଅବସରପ୍ରାପ୍ତ ସୈନିକ ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କ ଦ୍ଵାଦଶ ବାର୍ଷିକ ସ୍ମୃତି ସମାରୋହ

କୃଷକନେତା,ଅବସରପ୍ରାପ୍ତ ସୈନିକ ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କ ଦ୍ଵାଦଶ ବାର୍ଷିକ ସ୍ମୃତି ସମାରୋହ

ବୋଲଗଡ଼/ଖୋର୍ଦ୍ଧା/୨୦/୧୨/୨୦୨୫/(ଆଧାର ମିଡ଼ିଆ)- ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ର କବିତୀର୍ଥ ସାନପଦର ଗ୍ରାମର ବିଶିଷ୍ଟ କୃଷକନେତା ତଥା ଅବସରପ୍ରାପ୍ତ ସୈନିକ ସମାଜସେବୀ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କର ଏକାଦଶ ସ୍ମୃତିଚାରଣ ସମାରୋହ ବୃନ୍ଦାବତୀ କ୍ଲବ୍ ସଭାଗୃହ ଠାରେ ପୂର୍ଣ୍ଣଚନ୍ଦ୍ର ସ୍ମୃତି ସଂସଦ ର ସଭାପତି ରାଜକିଶୋର ବ୍ରହ୍ମାଙ୍କ ଅଧ୍ୟକ୍ଷତା ଓ ସଂସଦର ସମ୍ପାଦକ ତଥା ଉଦଘୋଷକ ଶ୍ରୀକାନ୍ତ କୁମାର ନାୟକଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଭାବେ ନୟାଗଡ ଜିଲ୍ଲାର ପ୍ରାକ୍ତନ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦେବପ୍ରସାଦ ମଜୁମଦାର ଯୋଗଦେଇ ପୂର୍ଣ୍ଣଚନ୍ଦ୍ରଙ୍କ ଜୀବନୀ ଉପରେ ଆଲୋକପାତ କରିବାସହ ସମସ୍ତ ଯୁବବର୍ଗ ପୂର୍ଣ୍ଣଚନ୍ଦ୍ରଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ବୋଲି କହିଥିଲେ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ମୁଖ୍ୟବକ୍ତା ଭାବେ ଆମରି ସତ୍ୟର ପ୍ରତିଷ୍ଠାତା ତଥା ବେଗୁନିଆ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ  ଡ଼ ପ୍ରମୋଦଚନ୍ଦ୍ର ଦାସ ଯୋଗଦେଇ ପୂର୍ଣ୍ଣଚନ୍ଦ୍ର ଏ ଅଞ୍ଚଳର ଜଣେ ସୈନିକ ଓ କୃଷକନେତା ଭାବେ ଦେଶ ଓ ଦଶର ସେବା କରିଛନ୍ତି ଓ ପୂର୍ବତନ ବିଧାୟକ ଗଙ୍ଗାଧର ପାଇକରାୟଙ୍କ ଘନିଷ୍ଠ ସହଯୋଗୀ ଭାବେ ସେ ଅଞ୍ଚଳପାଇଁ ଅନେକ କାର୍ଯ୍ୟ କରିଛନ୍ତି ବୋଲି ପ୍ରକାଶ କରିଥିଲେ ।ବିଶିଷ୍ଟ ଅତିଥି ଭାବେ.ଗୋପାଳପୁର ସରପଞ୍ଚ ପ୍ରଦୀପ କୁମାର ବାରିକ,ସାନପଦର ସମିଟିସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର ପୂର୍ବତନ ସରପଞ୍ଚ ନାରାୟଣ ବଳିଆରସିଂହ,ସମାଜସେବୀ ଭିକାରୀ ଚରଣ ସାହୁ,ଶିକ୍ଷକ ନେତା ସୁମନ୍ତ ଛୋଟରାୟ,ଗ୍ରାମ୍ୟ ସଭାପତି ସୁରେଶ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଅର୍ଜୁନ ପଟ୍ଟନାୟକ,ଅଜୟ କୁମାର ମଙ୍ଗରାଜ,ବିଜୟ କୁମାର ଗୁମାନସିଂ ପ୍ରମୁଖ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ରଙ୍କ ଜୀବନୀ ବିଷୟରେ ବକ୍ତବ୍ୟ ପ୍ରଦାନକରିଥିଲେ । ବରିଷ୍ଠ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍ବର୍ଗତ ପୂର୍ଣ୍ଣଚନ୍ଦ୍ର ଙ୍କ ସୁପୁତ୍ର ସୁନିଲ କୁମାର ଦଳାଇ ପରିଶେଷ ରେ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ରାସୋଳ, ବାୟାପଲ୍କୀ ଓ ଆଖ ୫୦ ଜଣ ବାୟୋଜ୍ୟେଷ୍ଠ ବ୍ୟକ୍ତି ବିଶେଷଙ୍କୁ କମଳ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସରସ୍ଵତୀ ଶିଶୁମନ୍ଦିରର ଛାତ୍ରୀମାନେ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ପରିବେଷଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପୂର୍ଣ୍ଣଚନ୍ଦ୍ର ସ୍ମୃତି ସଂସଦ ଓ ବୃନ୍ଦାବତୀ କ୍ଳବର ସମସ୍ତ ସଭ୍ୟମାନେ ପରିଚାଳନା କରିଥିବାବେଳେ ପୁତ୍ର ତଥା ଆବାହକ ସୁନୀଲ କୁମାର ଦଳାଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ରାସୋଳ,ବାୟାପଲ୍ଲୀ,ସାନପଦର ,ପିଚୁକୁଳି,ଚଂପାଇଲୋ ଗ୍ରାମର ବହୁ ବୁଦ୍ଧିଜୀବୀ ଯୋଗଦେଇଥିଲେ ।

Recent Comments

Leave Comments

Top