logo
add image
ଆସନ୍ତା ୨୭/୨୮/ତାରିଖରେ ହେବ ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତୀୟ କ୍ରୀଡା ପ୍ରତିଯୋଗିତା

ଆସନ୍ତା ୨୭/୨୮/ତାରିଖରେ ହେବ ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତୀୟ କ୍ରୀଡା ପ୍ରତିଯୋଗିତା

ବଲାଙ୍ଗିର/୨୧/୧୨/୨୦୨୫/(ଆଧାର ମିଡ଼ିଆ- ଶରତ ମହାକୁର)-ଆସନ୍ତା ତା.୨୭ ଏବଂ ୨୮ ରିଖ୍ ଦୁଇ ଦିନ ଧରି ଖଲିଆପାଲି ନିକଟସ୍ଥ ଆମ୍ବେଦକର ଷ୍ଟାଡିୟମ୍ ଠାରେ ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୯ ଟି ଜିଲ୍ଲାରୁ ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ପୁଅ ଏବଂ ଝିଅ ଭାଗ ନେବେ।ତୀରନ୍ଦାଜ,କବାଡି ଓ ଖୋଖୋ ପ୍ରତିଯୋଗିତାରେ ଜୁନିୟର,ସବ ଜୁନିୟର ଉଭୟ ପୁଅ ଏବଂ ଝିଅ ଭାଗନେଇ ପାରିବେ।ଏହି ଅବସରରେ ଆସନ୍ତା ୨୬ ତାରିଖ ଅପରାହ୍ନ ୩.୩୦ ସମୟରେ ସ୍ଥାନୀୟ ଅଗ୍ରସେନ୍ ଭବନରୁ ଏକ ଭବ୍ୟ ଶୋଭାଯାତ୍ରା ହସ୍ପିଟାଲ ଛକ,ପାଟନେଶ୍ୱରି ମନ୍ଦିର,ସମଲେଶ୍ଵରୀ ମନ୍ଦିର,ପୁରୁଣା ବସ୍ ଷ୍ଟାଣ୍ଡ,ଭାଗିରଥି ଛକ ଦେଇ କଦମପଡା ଶିଶୁମନ୍ଦିର ଠାରେ ସମାପ୍ତି ହେବ।୨୭ ଏବଂ ୨୮ ଦୁଇ ଦିନ ବ୍ୟାପୀ ପ୍ରତିଯୋଗିତା ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ନରେ ସମାପ୍ତ ହେବ।ପ୍ରତିଯୋଗିତାର ଉଦ୍ଘାଟନୀ ଉତ୍ସବର ମୁଖ୍ୟଅତିଥି ଭାବେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ମାନ୍ୟବର ଶ୍ରୀଯୁକ୍ତ କନକ ବର୍ଦ୍ଧନ ସିଂହଦେଓ ଯୋଗଦାନ କରୁଥିବା ବେଳେ ମୁଖ୍ୟବକ୍ତା ଭାବେ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶାର କାର୍ଯ୍ୟକାରୀ ସଭାପତି ଡ଼.ପୁରୁଷୋତ୍ତମ ଅଗ୍ରୱାଲ ଯୋଗଦେବେ।ସେହିଭଳି ଉଦଯାପନୀ ଉତ୍ସବ ର ମୁଖ୍ୟ ଅତିଥି ଭାବେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହଲିଙ୍ଗ ଯୋଗଦାନ କରୁଥିବା ବେଳେ ମୁଖ୍ୟବକ୍ତା ଭାବେ ଅଖିଳ ଭାରତୀୟ ସହ ଖେଳକୁଦ ପ୍ରମୁଖ ଶ୍ରୀଯୁକ୍ତ ପଙ୍କଜ ସିଂହ ଯୋଗଦେବେ।ଅନ୍ୟତମ ଅତିଥି ଭାବେ ନବରଙ୍ଗପୁର ବିଧାୟକ ଶ୍ରୀଯୁକ୍ତ ଗୌରୀ ଶଙ୍କର ମାଝୀ ଏବଂ କୋଟପାଡ଼ ବିଧାୟକ ଶ୍ରୀଯୁକ୍ତ ରୂପଭଦ୍ରା ଯୋଗଦାନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଂଗଠନିକ ସମ୍ପାଦକ କ୍ରୀଷ୍ଣଚନ୍ଦ୍ର ଭାଟି ପ୍ରକାଶ କରିଛନ୍ତି।
ବନବାସୀ କଲ୍ୟାଣ ଆଶ୍ରମ ସର୍ବପ୍ରଥମେ ୧୯୫୨ ମସିହା ଡିସେମ୍ବର ମାସ ୨୬ ତାରିଖରେ ଛତିଶଗଡ଼ର ଯଶପୁର ଠାରେ ଆରମ୍ଭ ହୋଇଥିଲା।ଏହି ବନବାସୀ କଲ୍ୟାଣ ଆଶ୍ରମ ବର୍ତ୍ତମାନ ସମଗ୍ର ଭାରତ ବର୍ଷରେ ଥିବା ଜନଜାତି ସମାଜର ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟକରୀ ଆସୁଛି।୧୯୭୯ ମସିହାରେ ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଏହି ବନବାସୀ କଲ୍ୟାଣ ଆଶ୍ରମ କାର୍ଯ୍ୟ ଆରମ୍ଭକରି ଓଡ଼ିଶାର ୨୬ ଗୋଟି ବନବାସୀ ଜିଲ୍ଲାରୁ ୨୨ ଗୋଟି ଜିଲ୍ଲାରେ ଜନଜାତି ସମାଜର ଉନ୍ନତି ମୂଳକ କାର୍ଯ୍ୟ କରିଆସୁଛି। ଚଳିତବର୍ଷ ବଲାଙ୍ଗିର ଠାରେ ବନବାସୀ କଲ୍ୟାଣ ଆଶ୍ରମ ତାର ପ୍ରାନ୍ତୀୟ କ୍ରୀଡା ପ୍ରତିଯୋଗିତା ଆଡଭୋକେଟ୍ ମହେନ୍ଦ୍ର ଅଗ୍ରୱାଲଙ୍କ ସଂଯୋଜନାରେ ଅନୁଷ୍ଠିତ ହେବବୋଲି ସାମ୍ବାଦିକ ସମ୍ମିଳନୀରେ ଆୟୋଜକ ମାନେ ପ୍ରକାଶ କରିଥିଲେ।ସାମ୍ବାଦିକ ସମ୍ମିଳନୀରେ ବନବାସୀ କଲ୍ୟାଣ ଆଶ୍ରମ ଓଡ଼ିଶାର ସଂଯୋଜକ ଆଡଭୋକେଟ ମହେନ୍ଦ୍ର ଅଗ୍ରୱାଲ,ରାଜ୍ୟ କାର୍ଯ୍ୟକାରୀ ସଭାପତି ଡ଼.ପୁରୁଷୋତ୍ତମ ଅଗ୍ରୱାଲ,ରାଜ୍ୟ ସଂଗଠନ ସମ୍ପାଦକ କ୍ରିଷ୍ଣଚନ୍ଦ୍ର ଭାଟି,ରବିକୁମାର ଅଗ୍ରୱାଲ,ମୁକେଶକୁମାର ଅଗ୍ରୱାଲ ଏବଂ ସୁନିଲକୁମାର ଅଗ୍ରୱାଲ ଉପସ୍ଥିତ ରହି କାର୍ଯ୍ୟକ୍ରମର ବିଭିନ୍ନ ଦିଗଉପରେ ଆଲୋଚନା କରିଥିଲେ। 

Recent Comments

Leave Comments

Top