logo
add image
ଜାତୀୟ ଗଣିତଦିବସ,

ଜାତୀୟ ଗଣିତଦିବସ,

ପୁରୀ/୨୨/୧୨/୨୦୨୫/(ଆଧାର ମିଡ଼ିଆ)- ପୁରୀଜିଲ୍ଲା ଶିକ୍ଷାବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପୋଲିସ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟ ,ପୁରୀ ପରିସରରେ ଜାତୀୟ ଗଣିତଦିବସ ପାଳନ ହୋଇଯାଇଛି। ଜିଲ୍ଲା ବିଜ୍ଞାନନିରୀକ୍ଷକ ଶ୍ରୀକୁମାର ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଭିନ୍ନ ଛାତ୍ରଛାତ୍ରୀଙ୍କୁ ନେଇ ଗାଣିତିକ ଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି। ପୋଲିସ ସଂଯୁକ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିବରାମ ମିଶ୍ରଙ୍କ ଦ୍ଵାରା କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା। ଶିକ୍ଷକ ଦେଵବ୍ରତ ବେଦମତା, ପ୍ରଭାତ କୁମାର ଦାସ, ଶିକ୍ଷୟିତ୍ରୀ ଅନିମା ମିଶ୍ର ଏବଂ ଛାତ୍ରୀ ଆଦ୍ୟାସା ମହାପାତ୍ର, ସୁଶ୍ରୀ ଲକ୍ଷ୍ମୀପ୍ରିୟା ପୃଷ୍ଟି ଗଣିତଜ୍ଞ  ଶ୍ରୀନିବାସ ରାମାନୁଜନ ଙ୍କ ଜୀବନୀ ଓ ଗଣିତ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ମଞ୍ଚପରିଚାଳନା ଶିକ୍ଷକ ମହେନ୍ଦ୍ର ପ୍ରଧାନ, ଉମାକାନ୍ତ  ମିଶ୍ର କରିଥିଲେ ଏବଂ ଅୟନ୍ ଚକ୍ରବର୍ତ୍ତୀ, ହିରଣ୍ୟ ସେଠୀ, ନରେନ୍ଦ୍ର ପ୍ରଧାନ ସଭାକାର୍ଯ୍ୟରେ ସହଯୋଗ କରିଥିଲେ। ଶେଷରେ ବିଜ୍ଞାନ ନିରୀକ୍ଷକ ଶ୍ରୀକୁମାର ଆଚାର୍ଯ୍ୟ ଧନ୍ୟବାଦ୍ ଅର୍ପଣ କରିଥିଲେ।

Recent Comments

Leave Comments

Top