logo
add image
ପିପିଲିରେ ବେଆଇନ ଦଖଲରେ ଚାଲିଲା ବୁଲଡ୍ରୋଜର

ପିପିଲିରେ ବେଆଇନ ଦଖଲରେ ଚାଲିଲା ବୁଲଡ୍ରୋଜର

ପିପିଲି/୨୨/୧୨/୨୦୨୫/(ଆଧାର ମିଡ଼ିଆ)-ସରକାରଙ୍କ ନିର୍ଦେଶରେ ବେଆଇନ ଦଖଲ ଉପରେ ଚାଲିଲା ବୁଲ ଡ୍ରୋଜର.ପିପିଲି ଆମ୍ବେଦକର ଛକ ବା ଓଭରବ୍ରିଜ ନିକଟ ଅଞ୍ଚଳରେ ଥିବା ଗୋଚରଜମି ଓ ୩୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗଢ଼ି ଉଠିଥିବା ବେଆଇନ ଅସ୍ଥାୟୀ ଘର ଓ ଦୋକାନକୁ ଆଜି ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଭାଙ୍ଗି ଦିଆଯାଇଛି.ଏହିସବୁ ଅଞ୍ଚଳ ଜବରଦଖଲ ଥିବାଯୋଗୁଁ ରାସ୍ତା ସଂକୁଚିତ ହୋଇ ଅନେକ ସମୟରେ ରାସ୍ତା ଦୁର୍ଘଟଣାଘଟି ଜନ ଜୀବନ କ୍ଷତିଘଟିଛି.ଏହା ଏକ ପ୍ରମୁଖ ସ୍ଥାନ ଯଥା ବାମକୁ ଗଲେ ଅସ୍ତରଙ୍ଗ, କାକଟପୁର ଓ କୋଣାର୍କ, ସିଧା ଆଗକୁ ପୁରୀ ସାତପଡ଼ା ଓ ଚିଲିକା ଏବଂ ଦକ୍ଷିଣକୁ ବୁଶ୍ଵ ପ୍ରସିଦ୍ଧ ପିପିଲି ଚାନ୍ଦୁଆ ବଜାର ରହିଛି.ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଯାତାୟାତ ଯୋଗୁଁ ରାସ୍ତା ଗହଳିରହୁଛି.ତେଣୁ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇଛି, ସ୍ଥାନୀୟ ତହସିଲଦାରଙ୍କ ନିର୍ଦେଶରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାପାଇଁ ପିପିଲି ଥାନାଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀ ଓ ୪ ଜଣ ପୋଲିସ ଅଧିକାରୀଙ୍କ ସମେତ ମୋଟ ୪ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ.ତେବେ ପ୍ରଶାସନକୁ ଏହି କାର୍ଯ୍ୟରେ ସମ୍ପୃକ୍ତ ଦୋକାନୀଙ୍କ ସହିତ ସମାଜସେବୀ ସମର୍ଥନ କରିଥିଲା ବେଳେ ଶାନ୍ତିଶୃଙ୍ଖଳାର ସହିତ ସମସ୍ତ ସରକାରୀ ଜମିରୁ ଜବରଦଖଲ ହଟାଯାଇଥିବା ତହସିଲଦାର ଓ ଥାନାଧିକାରୀ କହିଛନ୍ତି!

Recent Comments

Leave Comments

Top