ପିପିଲି/୨୨/୧୨/୨୦୨୫/( ଆଧାର ମିଡ଼ିଆ)- ଆଜି ଅଲଇଣ୍ଡିଆ ମୂଳନିବାସୀ ସଙ୍ଘପକ୍ଷରୁ ଦୁଇଦଫା ଦାବୀନେଇ ପିପିଲି ଜଳସମ୍ପଦ କାର୍ଯ୍ୟାଳୟ ଘେରାଉ କରାଯାଇଛି! ସଙ୍ଘର ରାଜ୍ୟ ସଭାପତି ବିଜୟ ସେଠିଙ୍କ ନେତୃତ୍ୱରେ ପିପିଲି ହାଟଛକ ଠାରୁ ଶତାଧିକ ମହିଳାଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ଜଳସମ୍ପଦ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ପ୍ରତିବାଦ ସଭା କରି ଥିଲେ! ପ୍ରଥମ ଅଭିଯୋଗ ପିପିଲି ଲଷ୍ମୀନାରାୟଣପୁର ଠାରେ ଜଳସମ୍ପଦ ବିଭାଗ କେନାଲ ଉପରେ ଜୈନିକବ୍ୟକ୍ତି ପୋଲପକାଇ ଅସ୍ଥାୟୀ ରାସ୍ତାନିର୍ମାଣ କରି ବେଆଇନ ବାଲି ଚାଲାଣ କରୁଥିବା ବେଳେ ଜଳସମ୍ପଦ ବିଭାଗ ଚୁପବସିଛି ଏବଂ ଦ୍ଵିତୀୟ ଅଭିଯୋଗ ଡେଲାଙ୍ଗ ବ୍ଲକ ଗଡ଼ମୋଟରୀ ପଞ୍ଚାୟତ ଗଣ୍ଡପଡ଼ା ଗ୍ରାମର ଶତାଧିକ ବାର୍ଦ୍ଧକ୍ୟ ଭତ୍ତାରେ ଅନିୟ ମିତତା କରିଥିବା ତତ୍କାଳୀନ ବିଏଲଓଙ୍କ ବିରୁଦ୍ଧରେ ଦୃଢ଼ ଶୁଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀକରିଛନ୍ତି ଏବଂ ଏଥିରେ ସମ୍ପୃକ୍ତ ଥିବା ଅଧିକାରୀ ଏବଂ ଜୈନିକ ବ୍ୟକ୍ତିଙ୍କ ଭିଜିଲାନ୍ସ ତଦନ୍ତ ଦାବୀକରିଛନ୍ତି! ଏ ବାବଦରେ ଦୁଇଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ପିପିଲି ତହସିଲଦାରଙ୍କୁ ପ୍ରଦାନ କରିଛି ମୂଳନିବାସୀ ସଙ୍ଘ! ଯଦି ଆଗାମୀ ଏକ ସପ୍ତାହ ମଧ୍ୟରେ ଦାବୀ ପୂରଣ ନହୁଏ ତେବେ ଚିଫ ଇଞ୍ଜିନିଅରଙ୍କ କାର୍ଯ୍ୟାଳୟ ଘେରାଉ କରାଯିବବୋଲି ଚେତାବନୀ ଦେଇଛନ୍ତି ସଙ୍ଘର ସଭାପତି ଓ ସମ୍ପାଦିକା!
Recent Comments