logo
add image
ସିଲହେଲା ହୋଟେଲ ଭମର ଏବଂ ଏସକେ କିଙ୍ଗପ୍ଲାଜା

ସିଲହେଲା ହୋଟେଲ ଭମର ଏବଂ ଏସକେ କିଙ୍ଗପ୍ଲାଜା

ବଲାଙ୍ଗିର/୨୨/୧୨/୨୦୨୫/(ଆଧାର ମିଡ଼ିଆ)- ଇତିମଧ୍ୟରେ ବଲାଙ୍ଗିର ପୌରପ୍ରଶାସନ ଏକ୍ସନ ମୋଡରେ।ସହରରେ ଥିବା ବେଆଇନ ହୋଟେଲ ବିଲଡିଂ ଉପରେ ଚାଲିଛି ଘନଘନ ଚଢ଼ାଉ।ବିନା କାଗଜପତ୍ରରେ ବେଆଇନ ଭାବେ ହୋଟେଲ ଏବଂ ଲଜ୍ ଖୋଲି ମନଇଚ୍ଛା ବ୍ୟବସାୟ କରୁଥିବା ହୋଟେଲ ମାନଙ୍କୁ ପୌର ପ୍ରଶାସନ ସଦଳବଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସିଲକରିଛି।ବଲାଙ୍ଗିର ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ସନ୍ତୋଷ ବେହେରା ଯୋଗଦାନ ଦେଇ ସହରରେ ଚାଲିଥିବା ବେଆଇନ ହୋଟେଲ ଏବଂ ଲଜ୍ ଉପରେ ତୀକ୍ଷ୍ମ ନଜରରଖି ଧରପଗଡ଼ ଆରମ୍ଭ କରିଛନ୍ତି।ପୂର୍ବରୁ ସେ ବଲାଙ୍ଗିର ମ୍ୟୁନିସିପାଲଟି,ତୁଷୁରା ଏନଏସି,ଟିଟିଲାଗଡ ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟତୁଲାଇ ସମସ୍ତଙ୍କ ପ୍ରୀୟଭାଜନ ହୋଇପାରିଛନ୍ତି।ଏବେ ସେ ଆକ୍ସନ ମୋଡ଼ରେ ବଲାଙ୍ଗିର ସହରରେ ଥିବା ହୋଟେଲ ଏବଂ ଲଜ୍ ଉପରେ ଚଢ଼ାଉ ଜାରିରଖିଛନ୍ତି।ସହରର ପ୍ରମୁଖ ସ୍ଥାନ ରେ ଥିବା ହୋଟେଲ ଭମର ଏବଂ ଏସ କେ କିଙ୍ଗ ପ୍ଲାଜା କୁ ବଲାଙ୍ଗିର ପୌର ପ୍ରଶାସନ ସିଲ୍ କରିଛି।ଦୀର୍ଘ ବର୍ଷ ହେବ ହୋଟେଲ ଭମର ବିନା ଅନୁମତିରେ ହୋଟେଲ,ରେଷ୍ଟୁରାଣ୍ଟ,ଲଜିଂ,ଦୋକାନ ଗୃହ, ସ୍ଵିମିଂ ପୂଲ୍ ଏବଂ ଅନେକ ବେଆଇନ ନିର୍ମାଣ କାର୍ଯ୍ୟକରି ବ୍ୟବସାୟ କରି ଆସୁଛନ୍ତି।ଏହି ହୋଟେଲ ସମ୍ମୁଖରେ ପାର୍କିଂ ସୁବିଧା ନ ଥାଇ ବିବାହ,ବ୍ରତ, ଭୋଜିର ଆୟୋଜନରେ ଯାନବାହନ ଯୋଗୁଁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା।ଏଣୁ ଏହି ଭମର ହୋଟେଲକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୌର ପ୍ରଶାସନ ସିଲ୍ କରିଛି।ସେହିଭଳି ବଲାଙ୍ଗିର ସୁଦପଡା ଠାରେ ଥିବା ହୋଟେଲ ଏସ କେ କିଙ୍ଗ ପ୍ଲାଜାର ହୋଟେଲ ଏବଂ ଲଜିଂପାଇଁ କମର୍ସିଆଲ ଆପ୍ରୁଭାଲ ନଥିବାରୁ ତାକୁମଧ୍ୟ ସିଲ୍ କରାଯାଇଛି।ତେବେ ବଲାଙ୍ଗିର ପୌର ପରିଷଦର ଏହା ପ୍ରକୃତ ଆକ୍ସନ ନା ରିଏକ୍ସନରେ ଚେଞ୍ଜହେବ ଆକ୍ସନବୋଲି ଚର୍ଚ୍ଚାହେଉଛି।

Recent Comments

Leave Comments

Top