କଣିହାଁ/୨୨/୧୨/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପବିତ୍ର ମୋହନ ସଭା ଗୃହଠାରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ଅନୁଷ୍ଠିତ ହୋଇଯାଇଛି l ଅନୁଗୋଳ ଜିଲ୍ଲାପାଳ ଅବ୍ଦାଲ ଏମ୍ ଅଖତରଙ୍କ ଉପସ୍ଥିତିରେ ମୋଟ ୧୨୮ ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିରୁ ବ୍ୟକ୍ତିଗତ ୯୯ ଟି ଓ ଗ୍ରାମ୍ୟ ଭିତ୍ତିକ ୨୯ ଟି ଅଭିଯୋଗ ଶୁଣାଣି ହୋଇଥିଲା l ଶିବିର ସ୍ଥଳରେ ତୁରନ୍ତ ୨୭ଟି ଅଭିଯୋଗର ସମାଧାନ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବଜ୍ରକୋଟ ପଞ୍ଚାୟତର ପଞ୍ଚାଳି ନାଏକ, ଶ୍ରୀମତି ବେହେରା ଉଭୟଙ୍କୁ କିଡନୀ ରୋଗର ଚିକିତ୍ସା ନିମନ୍ତେ ୫୦୦୦ ଟଙ୍କା ଲେଖାଏଁ ଆର୍ଥିକ ରାଶି, ବିଜୟ ସାମଲ ଓ ପଞ୍ଚୁନାଏକ କିଡନୀ ରୋଗର ଚିକିତ୍ସା ନିମନ୍ତେ ୭୫୦୦ ଟଙ୍କା ଲେଖାଏଁ ଆର୍ଥିକ ରାଶି, ଏବଂ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ବଜ୍ରକୋଟ ପଞ୍ଚାୟତର ଦୁଃଶାସନ ମହାନ୍ତି,ଜୟନ୍ତ ସାହୁ,ବିନୋଦ ପଦଲି,ତ୍ରିଲୋଚନ ବିଶି,କିଡନୀ ରୋଗର ଚିକିତ୍ସା ନିମନ୍ତେ ୭୫୦୦ ଟଙ୍କା ଲେଖାଏଁ,ଜେମା ନାଏକ କିଡନୀ ରୋଗର ଚିକିତ୍ସା ନିମନ୍ତେ ୫୦୦୦ ଟଙ୍କା ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ଅଭିଯୋଗ ମୁଖ୍ୟତଃ, କିଡନୀ ରୋଗର ଚିକିତ୍ସା,ଗ୍ରାମ ସମସ୍ୟା,କଳକାରଖାନା ଦ୍ଵାରା ଅଧିଗୃହୀତ କ୍ଷତିଗ୍ରସ୍ତ ପ୍ରଜାଙ୍କ ନିଯୁକ୍ତି ଏବଂ ଥଇଥାନ ସମସ୍ୟା, ଜମିଜମା ସମ୍ବନ୍ଧରେ,ରାସ୍ତାଘାଟ ମରାମତି ଏବଂ ବ୍ୟକ୍ତି ଗତ ସମ୍ବନ୍ଧରେ ଆସିଥିଲା । ଏଥିରେ ଉପସ୍ଥିତ ଥିଲେ ଜିଲ୍ଲା ଆରକ୍ଷୀ ନୀରିକ୍ଷକ ରାହୁଲ ଜୈନ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଦନ ମୋହନ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହାନ୍ତ ,ଭାରପ୍ରାପ୍ତ ତହସିଲଦାର କସ୍ତୁରୀ ଶା ,ଆଇଏସ, ଡେପୁଟି କଲେକ୍ଟର ଡାନିଏଲ ଏକ୍ଳା,ବିଡିଓ ତ୍ରିବିକ୍ରମ କୁମୁରା, ତହସିଲଦାର ଚିନ୍ମୟ ଦାସ ଏବଂସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ବ୍ଲକ ପଦାଧିକାରୀ ମାନେ ଉପସ୍ଥିତ ଥିଲେ l
Recent Comments