କଣିହାଁ/୨୨/୧୨/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା କଣିହାଁବ୍ଲକ ଅଧୀନସ୍ଥ ବଡହୀରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଗଣିତ ଓ ବିଜ୍ଞାନ କ୍ଲବ ଏବଂ ବିଜ୍ଞାନ ଚେତନା ମଞ୍ଚ, ଓଡିଶା ଆନୁକୂଲ୍ୟରେ ସୋମବାର ଦିନ ଜାତୀୟ ଗଣିତଦିବସ ପାଳିତ ହୋଇଯାଇଛି।ଭାରତର ବିଶିଷ୍ଟ ଗଣିତଜ୍ଞ ଶ୍ରୀ ଶ୍ରୀନିବାସ ରାମାନୁଜନଙ୍କ ଗଣିତ ଶାସ୍ତ୍ରପ୍ରତି ଅତୁଳନୀୟ ଅବଦାନ ଯୋଗୁଁ ତାଙ୍କ ଜନ୍ମଦିନ ଡିସେମ୍ବର ୨୨ ତାରିଖକୁ ଜାତୀୟ ଗଣିତଦିବସ ଭାବରେ ପାଳନ କରାଯାଉଛି ବୋଲି ବିଜ୍ଞାନ ଚେତନା ମଞ୍ଚ,ଓଡିଶାର ଅନୁ ଗୋଳ ଜିଲ୍ଲା ସଂଯୋଜକ ବିଜ୍ଞାନଶିକ୍ଷକ ମୁନାନାଏକ ଛାତ୍ରଛାତ୍ରୀ ମାନଙ୍କୁ ଜଣାଇବା ସହିତ ରାମାନୁଜନଙ୍କ ଜୀବନୀ ଏବଂ ଅନନ୍ତ ଶ୍ରେଣୀ, ଅବିରତ ଭଗ୍ନାଂଶ, ସଂଖ୍ୟାତତ୍ତ୍ୱ, ଜଟିଳ ସଂଖ୍ଯା ବିଶ୍ଳେଷଣ, ଉପବୃତୀୟ ଫଳନ ଆଦି କ୍ଷେତ୍ରରେ ତାଙ୍କର ଦୁର୍ମୂଲ୍ୟ ଅବଦାନ ସଂପର୍କରେ ଆଲୋଚନା କରିଥିଲେ। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଗଣିତ କୁଇଜ୍ ପ୍ରତିଯୋଗିତା କରାଯାଇଥିଲା।ଗଣିତ କୁଇଜରେ ପ୍ରଥମ,ଦ୍ୱିତୀୟ ଓ ତ୍ରୁତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଲିଙ୍ଗରାଜ ମହାନ୍ତିଙ୍କ ତତ୍ତ୍ବାବଧାନ ଓ ବିଜ୍ଞାନ ଶିକ୍ଷକ ମୁନା ନାଏକଙ୍କ ପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଦୀପ କୁମାର ବେହେରା, ଶିକ୍ଷୟିତ୍ରୀ ପ୍ରଭାତୀ ବେହେରା, ସୁପ୍ରିୟା ପ୍ରଧାନ ଏବଂ ବିଜ୍ଞାନ ଓ ଗଣିତ କ୍ଲବର ସଦସ୍ୟ ଦିବ୍ୟରଂଜନ ସାହୁ, ଆଶିକ୍ ସାହୁ , ସ୍ୱୟଂଶ୍ରୀ ମାହାର, ବିଜୟଲକ୍ଷ୍ମୀ ସାହୁ, ଆଦ୍ୟାଶା ନାଏକ, ରୋହଣୀ ଶୁଭଦର୍ଶିନୀ ସାହୁ , ଇତିଶ୍ରୀ ମାହାରଙ୍କ ସମେତ ସ୍କୁଲର ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।
Recent Comments