logo
add image
ଅଙ୍ଗନବାଡି କର୍ମୀଙ୍କ ବିଶାଳପଟୁଆର:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ.

ଅଙ୍ଗନବାଡି କର୍ମୀଙ୍କ ବିଶାଳପଟୁଆର:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ.

ବରଗଡ଼/୨୨/୧୨/୨୦୨୫/(ଆଧାର ମିଡ଼ିଆ)- ବଜାରଦର ଅନୁସାରେ ଅଣ୍ଡାଦର ବୃଦ୍ଧିକରିବା ନଚେତ୍ ସରକାର ନିଜେ ଅଣ୍ଡା ଯୋଗାଇଦେବା,ଉନ୍ନତ ମାନର ମୋବାଇଲ୍ ଦେବା, ଚାରି ଶ୍ରମଆଇନକୁ କାର୍ଯ୍ୟକାରୀ କରି ସମାନକାମକୁ ସମାନଦରମା, ଶ୍ରମିକର ମାନ୍ୟତା,ସାମାଜିକ ନିରାପତ୍ତା ଯୋଜନାରେ ସାମିଲ,ଭାରତୀୟ ଜାତୀୟ ସମ୍ମିଳନୀରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୨୬ ହଜାରଟଙ୍କା ପ୍ରଦାନ କରାଯିବl,୧୦୦ ଶତକଡା ପଦୋନ୍ନତ ଦେବା,ଅତିରିକ୍ତ କାର୍ଯ୍ୟସବୁ ବନ୍ଦକରାଯାଇ କେବଳ ଆଇ ସି ଡ଼ି ଏସ୍ କାମକୁ ଅଗ୍ରାଧିକାର ଦିଆଯିବା,ଗାଁ କଲ୍ଯାଣ ସମିତିରୁ କର୍ମୀଙ୍କୁ ବାଦଦେବା ପ୍ରଭୁତି ଦାବିନେଇ ଆଜି ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ବିକ୍ଷୋଭ ପ୍ରଦର୍ଶନ କାରୀ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ବରଗଡ଼ର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମାକରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ଆବାହକ ପ୍ରଶାନ୍ତପାଢୀ, ଯୁଗ୍ମ ଆବାହକ ବାଳକୃଷ୍ଣ ଭୋଇ,ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ,ଜିଲ୍ଲା ସଭାନେତ୍ରୀ ରୁକ୍ମିଣୀ ଜୁଆଡି ଓ ଜିଲ୍ଲା ସମ୍ପାଦକ NITAMBINI DAS ଙ୍କ ନେତୃତ୍ଵରେ ଅନୁଷ୍ଠିତ ରାଲି ଓ ବିକ୍ଷୋଭ ପ୍ରଦର୍ଶନରେ ସରସ୍ୱତୀ ପଞ୍ଚ ବିହାର, ବିଳାସିନି ମହାପାତ୍ର,ସାଧବୀ ବିଶ୍ଵାଳ, ଅହଲ୍ୟା ପଣ୍ଡା, କଲ୍ଯାଣୀ ମେହେର, ବ୍ରଜେଶ୍ୱରୀ ସିଂହ,ଶୋଭା କାନ୍ତିମିଶ୍ର, ବେବୀ ଭୋଇ,ଭାରତୀ ଚୌହାନ,ମୀନା ମିଶ୍ର ସମେତ ଶତାଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ l ଅତିରିକ୍ତ ଜିଲ୍ଲାପାଳ ମ୍ୟାଡମ୍ ବିକ୍ଷୋଭ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ l ସମସ୍ୟା ର ସମାଧାନ କରା ନ ଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କର୍ମକର୍ତ୍ତା ମାନେ ସୂଚୀତ କରିଥିଲେ l ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ନିୟୋଜିତ ହୋଇଥିଲେ

Recent Comments

Leave Comments

Top