logo
add image
ଠିକାଦାର ଅସାବଧାନତା ରାସ୍ତା କାର୍ଯ୍ୟଯୋଗୁ ପେଟରେ ପଶିଲା ଲୁହାରଡ଼.ଥାନାରେ ଅଭିଯୋଗ.

ଠିକାଦାର ଅସାବଧାନତା ରାସ୍ତା କାର୍ଯ୍ୟଯୋଗୁ ପେଟରେ ପଶିଲା ଲୁହାରଡ଼.ଥାନାରେ ଅଭିଯୋଗ.

ପୁରୀ/୨୩/୧୨/୨୦୨୫/(ଆଧାର ମିଡ଼ିଆ)-ବଳଙ୍ଗା ଅଞ୍ଚଳରେ ଏକ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଠିକାଦାର ଅସାବଧାନତା କରୁଥିବା ବେଳେ ସେହି ରାସ୍ତାରେ ବାହାରିଥିବା ଲୁହାରଡ଼ ଜଣେ ମହିଳାଙ୍କ ଦେହରେ ପଶି ଜାଇଛି. ଗୁରୁତର ଅବସ୍ଥାରେ ମହିଳାଙ୍କୁ ସାକ୍ଷୀ ଗୋପାଳ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି. ଏନେଇ ଠିକାଦାର ବିରୁଦ୍ଧରେ ଓ ବିଭାଗୀୟ ଯନ୍ତ୍ରୀ ବିରୁଦ୍ଧରେ ଥାନାରେ ଅଭିଯୋଗ ହୋଇଛି. ନାହାମଙ୍ଗ ପାଟଣା ଗ୍ରାମର ଜୋସ୍ନା ମଲିକ(୨୦) ଅଭିଯୋରେ ଦର୍ଶାଇଛନ୍ତି ଚାନ୍ଦପୁର ଠାରୁ ବଳଙ୍ଗାପର୍ଯ୍ୟନ୍ତ ରାସ୍ତା କାମ କରିବାପାଇଁ ସରକାରଙ୍କ ତରଫରୁ କଣ୍ଟାକ୍ଟର ରତିବାବୁ ଓ ସାମନ୍ତ ବାବୁଙ୍କୁ କରିବା ପାଇଁ ଦାୟିତ୍ବ ଦିଆଯାଇଛି । ଏହି ରାସ୍ତାକାର୍ଯ୍ୟକୁ ସେମାନେ କରୁଛନ୍ତି ।ଖଣ୍ଡାୟତ ପାଟଣା ଗ୍ରାମ ମଝିରେ ସେମାନେ ଢଳେଇ ପକାଇ ଲୁହାରଡକୁ ବାହାରକୁ ବାହାର କରିରଖିଛନ୍ତି । ସେହିବାଟ ଦେଇ ଯିବା ଆସିବା ନ କରିବା ପାଇଁ ସେଠାରେ କୌଣସି ପ୍ରକାର ଲିଖିତ ନାମା ବୋର୍ଡ ବା ବିପଦଚିହ୍ନ ମାରିନାହାନ୍ତି ।
 ତା-୨୨.୧୨.୨୫ ରିଖ ଦିବା ୩ ଘ.ସମୟରେ ଅଭିଯୋଗ କାରିଙ୍କ ବାପା ବୈକୁଣ୍ଠ ମଲିକ(୫୦) ଓ ମାଆ ସଖୀମଲିକ(୪୭) ବଳଙ୍ଗା ବଜାରରୁ ଘରକୁ XL ଗାଡି ଯାହାର ନଂ-OR-13-G-4553 ରେ ବସି ଘରକୁ ଫେରୁଥିଲେ । ଖଣ୍ଡାୟତ ପାଟଣା ଗ୍ରାମଠାରେ ସେହି ରାସ୍ତାରେ ବାହାରିଥିବା ଲୁହାରଡ଼ରେ ଅଭିଯୋଗ କାରୀଙ୍କ ବୋଉର ଲୁଗାକାନି ଲାଗିଯିବାରୁ  XL ଗାଡିରୁ ଭିଡିହୋଇ ଛିଟିକି ପଡିଥିଲେ. ଯାହାକି ସେହି ଲୁହାରଡ ଉପରେ ପଡିଗଲା । ଯାହା ଫଳରେ ସଖିର ପେଟରେ ରଡପଶି ରକ୍ତସ୍ରାବ ହେଲା । ସେଠାରେ ଥିବା ଲୋକମାନେ ଉଭୟକୁ ଉଠାଇ ଅଟୋରିକ୍ସାକୁ ଡକାଇ ସାକ୍ଷୀଗୋପାଳ ଡାକ୍ତରଖାନାକୁ ପଠାଇଦେଲେ । ସେଠାକାର ଡାକ୍ତରବାବୁ ସଖିର ଏପରି ଅବସ୍ଥା ଦେଖ୍ ସଙ୍ଗେ ସଙ୍ଗେ ଭୁବନେଶ୍ଵର ୬ ନମ୍ବର ଡାକ୍ତରଖାନାକୁ ପଠାଇଦେଲେ । ପରେ ସଖିକୁ ଉନ୍ନ‌ତମାନର ଚିକିତ୍ସା ନିମନ୍ତେ ସେଠାକାର ଡାକ୍ତରବାବୁ  କଟକ ବଡ ଡାକ୍ତରଖାନାକୁ ପଠାଇ ଦେଲେ । ବର୍ତ୍ତମାନ ସେଠାରେ ଜୀବନ ମରଣ ସହିତ ଚିକିତ୍ସାଧୂନ ଅବସ୍ଥାରେ ଅଛି । କଣ୍ଟାକ୍ଟର ଓ ବିଭାଗୀୟ ଦାୟିତ୍ୱରେ ଥିବା ସହକାରୀ ଯନ୍ତ୍ରୀ ମାନଙ୍କର ଅସାବଧାନତା ହେତୁ ଏଭଳି ହୋଇ ଥିବା ନେଇ ବଳଙ୍ଗା ଥାନାରେ ଅଭିଯୋଗ ହୋଇଛି. ଏନେଇ ଠିକାଦାରଙ୍କ ସହିତ ସହକାରୀ ଯନ୍ତ୍ରୀଙ୍କ ମତାମତ ଲୋଡ଼ିବା ବେଳେ ରିପୋଟ ଲେଖା ଯିବା ବେଳକୁ ପ୍ରତି କ୍ରିୟା ମିଳିନଥିଲା.

Recent Comments

Leave Comments

Top