ବାଲିଗୁଡା/୨୩/୧୨/୨୦୨୫/:(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ): ଦିନକପରେ ଖ୍ରୀଷ୍ଟ ଧର୍ମାବଲମ୍ବି ମାନଙ୍କର ବଡଦିନ ପର୍ବ, ଏହାକୁ ଆଖି ଆଗରେ ରଖି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗହୋଇ ସମଗ୍ର ବାଲିଗୁଡା ଟାଉନସମେତ ଏହାର ଆଖପାଖ ଅଞ୍ଚଳରେ ବଡଦିନ ଉତ୍ସବ ଓ ନୂଆବର୍ଷ କିପରି ଶାନ୍ତି ଶୃଙ୍ଖଳାର ସହ ପାଳନହେବ ସେନେଇ ଓଡ଼ିଶା ଉତ୍ପାଦ ଶୁଳ୍କଆଇନ, ୨୦୦୮ର ଧାରା ୨୬ (୧) ଅନୁଯାୟୀ ପ୍ରଦତ୍ତ କ୍ଷମତା ବ୍ୟବହାର କରି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବାରଖାମା,ତୁମୁଡିବନ୍ଧ,ଦାରିଙ୍ଗବାଡି ଏବଂ ବ୍ରାହ୍ମଣୀଗାଁରେ ଥିବା ସରକାରୀ ବିଦେଶୀ ମଦଦୋକାନ ଗୁଡ଼ିକ ଖ୍ରୀଷ୍ଟମାସ ପୂର୍ବ ସନ୍ଧ୍ୟାରେ ସାର୍ବଜନୀନ ଶାନ୍ତି ବଜାୟ ରଖିବା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାପାଇଁ ୨୪ ଓ ୨୫ ତାରିଖ ଦୁଇଦିନ ବନ୍ଦରହିବା ପାଇଁ ଜିଲ୍ଲାସ୍ତରୀୟ ମାଜିଷ୍ଟ୍ରେଟ ତଥା ଜିଲ୍ଲାପାଳ ନିର୍ଦେଶ କରିଛନ୍ତି।
Recent Comments