logo
add image
ନୁଆପଡା ଜିଲ୍ଲାପାଳ ଯୁବୋତ୍ସବ ପାଇଁ କ୍ରୀଡାଦଳକୁ ଶୁଭେଚ୍ଛା ଜଣାଇଲେ l

ନୁଆପଡା ଜିଲ୍ଲାପାଳ ଯୁବୋତ୍ସବ ପାଇଁ କ୍ରୀଡାଦଳକୁ ଶୁଭେଚ୍ଛା ଜଣାଇଲେ l

ନୁଆପଡା/୨୩/୧୨/୨୦୨୫/(ଆଧାର ମିଡ଼ିଆ-ସୁଜିତକୁମାର ପ୍ରଧାନ)- ନୁଆପଡା ଜିଲ୍ଲାପାଳ ମଧୁସୂଦନ ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ ଆଜି ଯୁବୋତ୍ସବ ପାଇଁ  ମନୋନୀତ କ୍ରୀଡା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି l ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ନୂଆପଡ଼ା ଜିଲ୍ଲା ବିକଶିତ ଭାରତ ଯୁବ ନେତୃତ୍ବ ସଂଳାପ ଆନୁକୂଲ୍ୟରେ ଏକ ୩୩ ଜଣିଆଁ ଯୁବୋତ୍ସବ ଦଳ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରୁ ଭୁବନେଶ୍ଵର ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି । ସମସ୍ତ ଯୁବକ ଓ ଯୁବତୀ ପ୍ରତିଯୋଗୀ ମାନଙ୍କୁ ଜିଲ୍ଲାପାଳ,ଆରକ୍ଷୀ ଅଧୀକ୍ଷକ, ନୂଆପଡ଼ା,ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଅତିରିକ୍ତ ଜିଲ୍ଲାପାଳ ସୁବାସଚନ୍ଦ୍ର ରଇତ,ଉପଜିଲ୍ଲାପାଳ ସୁର୍ମି ସୋରେନ୍ ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ଧନେଶ୍ୱର ସେଠୀ,  ଏବଂ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କୁ ଉତ୍ସାହ ପ୍ରଦାନକରି ଭଲଭାବରେ ଆମଜିଲ୍ଲାର କଳାସଂସ୍କୃତିକୁ ପରିବେଷଣ କରିବାପାଇଁ ଆହ୍ବାନ କରିଛନ୍ତି। ଉକ୍ତ ଜିଲ୍ଲାସ୍ତରୀୟ ଦଳରେ ଲୋକଗୀତ, ଲୋକସଙ୍ଗୀତ, ବକ୍ତୃତା, ଚିତ୍ରକଳା, କବିତା ଲିଖନ,ଗଳ୍ପଲିଖନ,ବିଜ୍ଞାନ ମେଳା ଆଦି ପ୍ରତିଯୋଗୀ ସାମିଲ ଅଛନ୍ତି । ଗତ ୦୬.୧୨.୨୦୨୫ ଠାରୁ ୦୭.୧୨.୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ନୂଆପଡ଼ା ଜିଲ୍ଲା ବିକଶିତ ଭାରତ ଯୁବନେତୃତ୍ବ ସଂଳାପ- ଯୁବୋତ୍ସବ-୨୦୨୬ ରେ ପ୍ରଥମସ୍ଥାନ ଅଧିକୃତ କରିଥିବା ପ୍ରତିଯୋଗୀ ମାନେ ରାଜ୍ୟସ୍ତରୀୟ ବିକଶିତ ଭାରତ ଯୁବନେତୃତ୍ବ ସଂଳାପ- ଯୁବୋତ୍ସବରେ ଭାଗ ନେବାପାଇଁ ଯୋଗ୍ୟ ବିବେଚିତ ହୋଇ ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମ ଯାତ୍ରା କରିଛନ୍ତି । ଏହା ରାଜ୍ୟସ୍ତରରେ ତା ୨୪.୧୨.୨୦୨୫ ଠାରୁ ୨୫.୧୨.୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜିର ଉକ୍ତ ଶୁଭେଚ୍ଛା ପ୍ରଦାନ ଉତ୍ସବକୁ ଜିଲ୍ଲା କ୍ରୀଡା ଅଧିକାରୀ  ରାଜେନ୍ଦ୍ର ପ୍ରସାଦ ବଢାଇ ପରିଚାଳନା କରିଥିଲେ ଏବଂ ସମସ୍ତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। 

Recent Comments

Leave Comments

Top