logo
add image
ପୁରୀ ଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ ପାଳିତ

ପୁରୀ ଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ ପାଳିତ

ପୁରୀ/୨୩/୧୨/୨୦୨୫/(ଆଧାର ମିଡ଼ିଆ)-ନିଜେ ସଠିକହେବା ଓ ଅନ୍ୟକୁ ସଠିକ ହେବାପାଇଁ ପ୍ରେରଣା ଦେବା।ଲୋକ ସେବାକୁ ତ୍ବରାନ୍ବିତ ସହ ଅଭିଯୋଗ ଗୁଡିକର ତ୍ବରିତ ସମାଧାନ ହିଁ ସୁଶାସନ ବା ଗୁଡ ଗଭର୍ଣ୍ଣାନ୍ସର ବଡଉପଲବ୍ଧି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତଚନ୍ଦ୍ର ବେହେରା।ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ପୁରୀ ଜିଲ୍ଲାସ୍ତରୀୟ ସୁଶାସନ ସପ୍ତାହ ପାଳନ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଆମେ ଡିସେମ୍ବର ୧୯ ରୁ ୨୫ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ ପାଳନ କରୁଛନ୍ତି। ତେବେ ପ୍ରତ୍ୟେକ ଅଧିକାରୀ ବା କର୍ମଚାରୀ ପାଇଁ ପ୍ରତିଟିଦିନ ସୁଶାସନ ଦିବସବୋଲି କହିଥିଲେ।ଜନ କଲ୍ୟାଣକାରୀ ଯୋଜନାକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବା, ଲୋକମାନଙ୍କ ଅଭିଯୋଗ ଗୁଡିକର ଶିଘ୍ର ସମାଧାନ କରିବା,ନିଜ କାର୍ଯ୍ୟରେ ସ୍ବଛତା ଅବଲମ୍ବନ କରିବା, ନାଗରିକ କୈନ୍ଦ୍ରିକ କାର୍ଯ୍ୟ ନିର୍ବାହ କରିବା ଓ ପ୍ରଶାସନ ଗାଁରେ ଅଭିଯାନକୁ ସଫଳ କରିବାକୁ ସେ ପରାମର୍ଶ ଦେଇଥିଲେ।
ବର୍ତ୍ତମାନ କାର୍ଯ୍ୟରେ ସ୍ବଛତାପାଇଁ ଡିଜିଟାଲ ପେମେଂଟ, ଅନଲାଇନ ମାଧ୍ୟମରେ କାର୍ଯ୍ୟ ପରିଚାଳନା,ଓସ୍ବାସ ମାଧ୍ୟମରେ ଫାଇଲ ପ୍ରୋସେସିଂକୁ ଅଗ୍ରାଧିକାର ଦିଆଯାଉଛି ବୋଲି କହିବା ସହ ନିଷ୍ଠାପର ଓ  ସମୟାନୁସାରେ ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ବିକଶିତ ଓଡିଶା ଓ ବିକଶିତ ଭାରତ ଲକ୍ଷ୍ୟରେ ବିବିଧ ଭିଜନ ପ୍ରସ୍ତୁତ କରାଯାଇଛି।ପଞ୍ଚାୟତ ସ୍ତରରେ ମଜବୁତ କରିବା ସହ ପ୍ରତ୍ୟେକଙ୍କୁ ସର୍ବନିମ୍ନ ସୁବିଧା ଯଥା ଗୃହ, ବିଦ୍ୟୁତ,ପାନୀୟ ଜଳ,ଶୌଚାଳୟ, ଶିକ୍ଷା,ସ୍ବାସ୍ଥ୍ୟ ଇତ୍ୟାଦି ଯୋଗାଇବାର ଯୋଜନା କରାଯାଇଛି।ଗରିବୀ ହଟାଇବା,ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ହିଁ ସୁଶାସନର ମୂଳ ଲକ୍ଷ୍ୟବୋଲି ସେ କହିଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ସମସ୍ତେ ସଠିକଭାବେ ଦାୟିତ୍ୱ ନିର୍ବାହ ପାଇଁ ପରାମର୍ଶ ଦେଇଥିଲେ।ଉପ ଜିଲ୍ଲାପାଳ ରାଜ କିଶୋର ଜେନା ଲୋକଙ୍କ ଆବଶ୍ୟକତା ପୂରଣପାଇଁ କେବଳ ଚିଠିକରି କାମ ସାରିଦେବା ନୁହେଁ ବରଂ ଆବଶ୍ୟକତା ପୂରଣକରି ହିତାଧିକାରୀ ମୁହଁରେ ହସ ଫୁଟାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ।
ଆଜିକାଲି ସମସ୍ତ କାର୍ଯ୍ୟ ଅନଲାଇନ ହେଉଥିବା ବେଳେ ନିମାପଡା ତହସିଲରେ ରାଜ୍ୟର ପ୍ରଥମ କିଓସ୍ ସେବା ମାଧ୍ୟମରେ ଲୋକ ମାନଙ୍କୁ ରାଜସ୍ବ ସେବା ଯୋଗାଣ ଆଉ ଏକ ପାଦ ଆଗକୁ ନେବାର ପ୍ରୟାସ ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ସିଡିଏମଓ ଡା ଅକ୍ଷୟ କୁମାର ଶତପଥୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ସେମାନଙ୍କ ବିଭାଗର ସଫଳତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ପ୍ରାରମ୍ଭରେ ସୂଚନା ଓ ଲୋକସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ।ଶେଷରେ ଡେପୁଟି କଲେକ୍ଟର ବିବେକାନନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ଅନୁସ୍ରବ ଗନ୍ତାୟତ,ସହକାରୀ ନିର୍ଦ୍ଦେଶକ ପର୍ଯ୍ୟଟନ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା,ଜିଲ୍ଲା ମଙ୍ଗଳ ଅଧିକାରୀ ମମତାରାଣୀ ପରିଡା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଚଳିତବର୍ଷ ଡିସେମ୍ବର ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ସୁଶାସନ ସପ୍ତାହ ପାଳନ ହେଉଛି।ପୁରୀ ଜିଲ୍ଲାରେ ଜିଲ୍ଲାପାଳ ଦିବ୍ଯଜ୍ୟୋତି ପରିଡାଙ୍କ ପରାମର୍ଶ କ୍ରମେ ସମସ୍ତ ବ୍ଲକ,ତହସିଲ ଓ ଅନ୍ୟାନ୍ୟ କାର୍ଯ୍ୟାଳୟ ମାନଙ୍କରେ ସୁଶାସନ ସପ୍ତାହ ପାଳିତ ହୋଇଅଛି।

Recent Comments

Leave Comments

Top