ବଡ଼ବିଲ/କେନ୍ଦୁଝର/୨୪/୧୨/୨୦୨୫(ଆଧାର ମିଡ଼ିଆ//ରିପୋର୍ଟ-ସଞ୍ଜୟ ସିହ୍ନା)ବଡ଼ବିଲ ପୌରପାଳିକା ଅଧୀନରେ ଥିବା ୱାର୍ଡ ନଂ ୧୫ ସାଧୁସିଂହ ହାର୍ଟିଂ ନିକଟସ୍ଥ ସଡ଼କରେ ବିଭିନ୍ନ ସ୍ଥାନରେ ଆବର୍ଜନା ପଡିଥିବାର ଦେଖିବାକୁ ମିଳିଛି।ଏହି ଆବର୍ଜନା ଜମା ହୋଇଥିବା ସ୍ଥାନ ବଡ଼ବିଲ୍ ପୌରପାଳିକା କାର୍ଯ୍ୟାଳୟରୁ କେବଳ କିଛି ଦୂରରେ ଅବସ୍ଥିତ। ଏହା ସହିତ ଏହି ସ୍ଥାନର ନିକଟରେ ଗୋଟିଏ ସରକାରୀ ବିଦ୍ୟାଳୟ ମଧ୍ୟ ରହିଛି।ଅଞ୍ଚଳବାସୀ ଙ୍କ କହିବା ଅନୁଯାୟୀ, ସଫେଇ କର୍ମଚାରୀମାନେ ସପ୍ତାହକୁ କେବଳ ଗୋଟିଏ ଦିନ ଆବର୍ଜନା ଉଠାଇବାକୁ ଆସଥାନ୍ତି ଓ ଏହି ଅଞ୍ଚଳରେ କୌଣସି ଡଷ୍ଟବିନ୍ ମଧ୍ୟ ରଖାଯାଇନାହିଁ। ଆଶ୍ଚର୍ଯ୍ୟର କଥା ହେଉଛି,ବଡ଼ବିଲ ପୌରପାଳିକା ପକ୍ଷରୁ ଏକକ ବ୍ଯବହାର ପ୍ଲାଷ୍ଟିକ୍ ଉପରେ ପ୍ରତିବନ୍ଧ ଘୋଷଣା କରାଯାଇଥିଲେ ମଧ୍ୟ,ଏହି ଯୋଜନା ଭୂମିସ୍ତରରେ କାର୍ଯ୍ୟାନ୍ୱୟନ ହୋଇନଥିବା ଦେଖାଯାଉଛି।ଏବେ ଦେଖିବାକୁ ଅଛି,ବଡ଼ବିଲ ପୌରପାଳିକାର ସମ୍ପୃକ୍ତ ଅଧିକାରୀମାନଙ୍କ ଦୃଷ୍ଟି କେବେ ପଡ଼ିବ ଏବଂ ଏହି ଅଞ୍ଚଳ ବାସିନ୍ଦାଙ୍କ ସମସ୍ୟା କେବେ ସମାଧାନ ହେବ।
Recent Comments