ରେଢ଼ାଖୋଲ/୨୩/୧୨/୨୦୨୫/(ଆଧାର ମିଡ଼ିଆ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସ୍ଥିତ ରାଜୀବଗାନ୍ଧୀ ସଭାଗୃହ ଠାରେ ମଙ୍ଗଳବାର ଦିନ ରାଜ୍ୟ ସରକାରଙ୍କ ଆହ୍ୱାନକ୍ରମେ ଗୁଡ଼୍ ଗଭର୍ଣ୍ଣର ସପ୍ତାହ ପାଳିତ ହୋଇଯାଇଛି। ଏଥିରେ ରେଢ଼ାଖୋଲ ବିଡ଼ିଓ ରାଜେନ୍ଦ୍ର ନାରାୟଣ ସେନାପତିଙ୍କ ସଭାପତିତ୍ବରେ ୧୮ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ଗୁଡ଼ଗଭର୍ଣ୍ଣର ସପ୍ତାହ ପାଳିତ ହେଉଅଛି। ଏହି କାର୍ଯ୍ୟକ୍ରମରେ ପ୍ରଶାସନ ଗାଁଓ କି ଓର୍ ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏଥିରେ ଜନ ସାଧାରଣ ମାନଙ୍କୁ ସରକାରୀ ସେବା ଯୋଗାଇବା, ସ୍ବାସ୍ଥ୍ୟ, ଶିକ୍ଷା, ଜନଶୁଣାଣୀ ଏବଂ ସମାଜସେବା ପ୍ରମୁଖ କାର୍ଯ୍ୟ ରହିଛି। ଏହି କାର୍ଯ୍ୟକ୍ରମରେ ପୁରୁଣା ଜନ ଶୁଣାଣୀ ଅଭିଯୋଗ ଥିଲା ସେଗୁଡିକ ସମାଧାନ କରାଯିବ ସହିତ ହିତାଧିକାରୀ ମାନଙ୍କୁ ଭତ୍ତାପ୍ରଦାନ,ରାସନ କାର୍ଡ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ରେଢ଼ାଖୋଲ ବ୍ଲକଅଧ୍ୟକ୍ଷ ପ୍ରଦୀପ ପ୍ରଧାନ, ସମସ୍ତ ପଞ୍ଚାୟତ ସରପଞ୍ଚ,ସମିତି ସଭ୍ୟ,ଅଙ୍ଗନବାଡ଼ି କର୍ମୀ,ଏମବିକେ, ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା, ଅନ୍ୟ ବ୍ଲକ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।
Recent Comments