logo
add image
ଆନ୍ତର୍ଜାତିୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେ ଅମରଦୀପଙ୍କୁ ସୂର୍ଣ୍ଣ ପଦକ।

ଆନ୍ତର୍ଜାତିୟ ଟାଏକୋଣ୍ଡୋ ପ୍ରତିଯୋଗୀତାରେ ଅମରଦୀପଙ୍କୁ ସୂର୍ଣ୍ଣ ପଦକ।

ଖୋର୍ଦ୍ଧା/୨୪/୧୨/:(ଆଧାର ମିଡ଼ିଆ)- ପଶ୍ଚିମବଙ୍ଗର କାଲିମପଙ୍ଗ ଠାରେ ଡିସେମ୍ବର ୨୦ ରୁ ୨୧ ତାରିଖରେ ତୃତୀୟ କାଲିମପଙ୍ଗ ଆନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ସିନିଅର ବାଳକ ବିଭାଗରେ ଏକେଏସ୍ ଟାଏକୋଣ୍ଡା ଏକାଡେମୀର ବିଶ୍ୱରଞ୍ଜନ ଅମରଦୀପ୍ ଆନ୍ତର୍ଜାତିୟ ସ୍ତରରେ "ପୁମସେ" ବିଭାଗରେ ସୂର୍ଣ୍ଣ  ପଦକ ହାସଲ କରି ଭାରତ ପାଇଁ ଗୌରବ ଅର୍ଜନ କରିଛନ୍ତି। ଗ୍ରାଣ୍ଡମାଷ୍ଟର ଅଶୋକ କୁମାର ସାହୁ ସମ୍ପାଦକ (ଖୋର୍ଦ୍ଧା ଜିଲ୍ଲା  ଟାଏକୋଣ୍ଡୋ ଆସୋସିଏସନ ର ପ୍ରତିଷ୍ଠାତା ତଥା ବିଶ୍ଵ ଟାଏକୋଣ୍ଡୋ ମୁଖ୍ୟାଳୟ ଆନ୍ତର୍ଜାତୀୟ ପ୍ରଶିକ୍ଷକ) ବିଶ୍ଵ ଟାଏକୋଣ୍ଡୋ ମହାସଂଘ ର ବିଚାରକ (ବିଶ୍ୱ ଟାଇକୋଣ୍ଡୋ ଫେଡେରେସନ) ଏବଂ ଦଳ ସଞ୍ଚାଳକ ଶ୍ରୀମତୀ ଭାରତୀ ଜଗଦେବ ଙ୍କ ନେତୃତ୍ୱ ରେ ଏହି ସଫଳତା ହାସଲ କରିଛନ୍ତି। ଅମରଦୀପ ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଗ୍ରାମର ଦିଲ୍ଲୀପ କୁମାର ସାହୁ ଓ କଳ୍ପନା ମହାନ୍ତିଙ୍କ କନିଷ୍ଟ ପୁତ୍ର ଅଟନ୍ତି।ଭୁବନେଶ୍ବରର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ପୁରୀର ମାନ୍ୟବର ସାଂସଦ ଡଃ.ସମ୍ବିତ ପାତ୍ର ଅମରଦୀପ ଙ୍କର ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହିତ ଉଜ୍ୱଳ ଭବିଷ୍ୟତ କାମନା କରି ଆଶୀର୍ବାଦ ପ୍ରଦାନ କରିଛନ୍ତି। ଓଡିଶାର ମାନ୍ୟବର କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଅମରଦୀପ ତାଙ୍କର ଏହି ସଫଳତା ପଛରେ ତାଙ୍କ ଗୁରୁ ଗ୍ରାଣ୍ଡମାଷ୍ଟର ଅଶୋକ କୁମାର ସାହୁଙ୍କର ପରିମାର୍ଜିତ ଶିକ୍ଷା ଏବଂ ପ୍ରେରଣା ଦାୟକ ଉତ୍ତମ୍ କୌଶଳ ବିଦ୍ୟା ଯୋଗୁ ଏହା ସମ୍ଭବ ହୋଇପାରିଛି।

Recent Comments

Leave Comments

Top