logo
add image
ଜିଲ୍ଲାସ୍ତରୀୟ ଜାତୀୟ ଖାଉଟିଦିବସ ୨୦୨୫ ପାଳିତ

ଜିଲ୍ଲାସ୍ତରୀୟ ଜାତୀୟ ଖାଉଟିଦିବସ ୨୦୨୫ ପାଳିତ

ପୁରୀ/୨୪/୧୨/୨୦୨୫/( ଆଧାର ମିଡ଼ିଆ )-ପୁରୀ ଜିଲ୍ଲା ପ୍ରଶାସନ ଜିଲ୍ଲା ଓଜନ ଓ ମାପ ବିଭାଗ ଅନୁକୂଲ୍ୟରେ ଜାତୀୟ ଖାଉଟି ଦିବସ ୨୦୨୫ ଜିଲ୍ଲା ସଦ୍‌ଭାବନା ଗୃହରେ ପାଳିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନୀଳମାଧବ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଆଲୋଚନା ସଭାରେ ଖାଉଟି ସୁରକ୍ଷା ଆଇନ ୨୦୧୯ ଏବଂ ଖାଉଟି ମାନଙ୍କର ଅଧିକାର ତଥା ସୁରକ୍ଷା ସଂପର୍କରେ ଉପସ୍ଥିତ ଜନସା ଧାରଣଙ୍କୁ ସୂଚନା ପ୍ରଦାନ କରାଯିବା ସହ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଉପନିୟନ୍ତ୍ରିକା,ଓଜନ ଓ ମାପ ବିଭାଗ ପୁରୀ ଶ୍ରୀମତୀ ପ୍ରଗତି ନାୟକ, ଅତିରିକ୍ତ ଯୋଗାଣ ଅଧିକାରୀ ଶ୍ରୀଯୁକ୍ତ ନିର୍ମଳ କୁମାର ମହାପାତ୍ର, ଡ଼ାକ୍ତର ମାନସରଞ୍ଜନ ଦାଶ, କୋଣାର୍କ ଏନ୍.ଏ.ସି. ଚେୟାରମ୍ୟାନ ସଂଜୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗଦାନ କରି ଖାଉଟି ସଚେତନତାର ବାର୍ତାପ୍ରଦାନ କରିଥିଲେ।
ଏହି କର୍ମଶାଳାରେ ଆଇନଜୀବୀ ଶ୍ରୀ ବିଜୟାନନ୍ଦ ମିଶ୍ର ଉପସ୍ଥିତ ସଦସ୍ୟ ମାନଙ୍କୁ ଖାଉଟି ସୁରକ୍ଷା ଆଇନ ସଂପର୍କରେ ଖାଉଟି ମାନଙ୍କୁ ତାଲିମ୍ ପ୍ରଦାନ କରିବା ସହ ଏହି ଆଇନର ସୁଫଳ କିପରି ସମସ୍ତଙ୍କୁ ମିଳିପାରିବ ସେ ସଂପର୍କରେ ସମସ୍ତଙ୍କୁ ବୁଝାଇଥିଲେ । ରାଜ୍ୟ ସ୍ତରୀୟ ଖାଉଟି ସ୍ଵଚ୍ଛସେବୀ ଅନୁଷ୍ଠାନ ନିହିଡ଼ା ଦ୍ଵାରା ଏହି କର୍ମଶାଳା ପରିଚାଳନା କରାଯାଇ ଥିଲା। ପୁରୀ ସହରର ୧୦୦ ଉର୍ଦ୍ଧ୍ବ ଖାଉଟି ଏହି ଆଲୋଚନା ସଭା ତଥା କର୍ମଶାଳରେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ନିହିଡ଼ାର ସଂପାଦକ ଶ୍ରୀଯୁକ୍ତ ଭକ୍ତ ବିହାରୀ ମିଶ୍ର ଏହି କର୍ମଶାଳାକୁ ପରିଚାଳନା କରିବାସ‌ହ ଖାଉଟିଙ୍କ ପାଇଁ ଥିବା ଡ଼ିଜିଟାଲ ସେବା ଓ ଖାଉଟି ସୁରକ୍ଷା ଆଇନ୍ ୨୦୧୯ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଶ୍ରୀ ଶଶିଶେଖର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top