logo
add image
ଜିଲ୍ଲାରେ ବଢିଲା ୨୧୪ ବୁଥ,୧୬୦୯ ରୁ ହେଲା୧୮୨୩

ଜିଲ୍ଲାରେ ବଢିଲା ୨୧୪ ବୁଥ,୧୬୦୯ ରୁ ହେଲା୧୮୨୩

ପୁରୀ/୨୪/୧୨/୨୦୨୫/(ଆଧାର ମିଡ଼ିଆ)-ପୁରୀ ଜିଲ୍ଲାର ୬ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୧୪ ଗୋଟି ବୁଥ ସଂଖ୍ୟା ବଢିଛି।ପୂର୍ବରୁ ଏହି ୬ଗୋଟି ନିର୍ବାଚନ ମଣ୍ଡଳୀରେ ମୋଟ ବୁଥ ସଂଖ୍ୟା ୧୬୦୯ ଥିବାବେଳେ ଏବେ ଏହା ୧୮୨୩ କୁ ବଢିଛି ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ତଥା ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡ ଳୀର ରିଟର୍ଣ୍ଣିଂ ଅଫିସର ଶରତ ଚନ୍ଦ୍ର ବେହେରା।ଆଜି ଅପରାହ୍ନରେ ସର୍କିଟହାଉସ ଠାରେ ବୁଥ ରାସନାଲାଇଜେସନ ବା ବୁଥ ଯୁକ୍ତିଯୁକ୍ତ କରଣର ଚୁଡାନ୍ତ ତାଲିକା ପ୍ରକାଶନ କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବେହେରା ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଯେଉଁବୁଥ ମାନଙ୍କରେ ୧୨୦୦ରୁ ଅଧିକ ଭୋଟର ରହିଥିଲେ ସେଗୁଡିକ ପୁର୍ନଗଠନ  ହୋଇଛି।ଏହା ଦ୍ଵାରା ଭୋଟର ମାନଙ୍କୁ ସୁବିଧାହେବ ଓ ମତଦାନ ପ୍ରକ୍ରିୟା ତ୍ବରାନ୍ବିତ ହେବ।
ସମସ୍ତ ବୁଥ ସ୍ତରରେ ରାଜନୈତିକ ଦଳପକ୍ଷରୁ ବୁଥସ୍ତର ଏଜେଣ୍ଟ ଦେବାପାଇଁ ସେ ଅନୁରୋଧ କରିଥିଲେ।ଏହି ପ୍ରକ୍ରିୟାରେ ୧୦୫ କାକଟପୁର ନିର୍ବାଚନ ମଣ୍ଡଳୀରେ ପୂର୍ବରୁ ୨୮୦ ବୁଥ ଥିବାବେଳେ ବର୍ତ୍ତମାନ ୩୯ ଟି ବୃଦ୍ଧିପାଇ ୩୧୯ ଟି ବୁଥ ହୋଇଛି।ସେହିପରି ୧୦୬ ନିମାପଡା ନିର୍ବାଚନ ମଣ୍ଡଳୀରେ ୪୨ ବୃଦ୍ଧିପାଇ ୩୨୨,୧୦୭ ପୁରୀ ସଦର ନିର୍ବାଚନ ମଣ୍ଡଳୀରେ ୩୭ବୃଦ୍ଧିପାଇ ୨୮୭, ୧୦୮ ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ୩୨ ବୃଦ୍ଧିପାଇ ୩୦୩,୧୦୯ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ୨୬ଟି ବୃଦ୍ଧିପାଇ ୨୮୦ ଓ ୧୧୦ ପିପିଲି ନିର୍ବାଚନ ମଣ୍ଡଳୀରେ ୩୮ଗୋଟି ବୁଥ ବୃଦ୍ଧିପାଇ ୩୧୨ ଗୋଟି ବୁଥରେ ପହଞ୍ଚିଛି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ବ୍ରହ୍ମଗିରି ଆରଓ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ତଥା ପୁରୀ ସଦର ଆରଓ ରାଜକିଶୋର ଜେନା ଓ ଅତିରିକ୍ତ ଉପଜିଲ୍ଲାପାଳ ତଥା ପିପିଲି ନିର୍ବାଚନ ମଣ୍ଡଳୀର ଆରଓ ନୀଳମାଧବ ମାଝୀ ପ୍ରମୁଖ ଉପସ୍ଥିତ ରହି ନିଜ ନିର୍ବାଚନ ମଣ୍ଡଳୀର ତଥ୍ୟ ପରିପ୍ରକାଶ କରିଥିଲେ।ନିର୍ବାଚନ ଡେପୁଟି କଲେକ୍ଟର ଅନୁସ୍ରବ ଗନ୍ତାୟତ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ସମସ୍ତ ସ୍ବୀକୃତି ପ୍ରାପ୍ତ ରାଜନୈତିକ ଦଳର ସଭାପତି, ସମ୍ପାଦକ ଓ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।ସେମାନ ଙ୍କୁ ନୂତନ ବୁଥ ଗୁଡିକ ର ଅନୁମୋଦିତ ନକଲ ପ୍ରଦାନ କରାଯାଇଥିଲା।

Recent Comments

Leave Comments

Top