logo
add image
ବାଲ୍ୟବିବାହ ନିରାକରଣ ସକାଶେ ସଚେତନତା ବୈଠକ

ବାଲ୍ୟବିବାହ ନିରାକରଣ ସକାଶେ ସଚେତନତା ବୈଠକ

ଢେଙ୍କାନାଳ/୨୪/୧୨/୨୦୨୫/(ଆଧାର ମିଡ଼ିଆ)- ଢେଙ୍କାନାଳ ଜିଲ୍ଲାରେ ବାଲ୍ୟବିବାହ ନିରାକରଣ ସକାଶେ ଓଡାପଡା ବ୍ଲକ ନୂଆ ଓଡାପଡା ଗ୍ରାମଠାରେ ବିଶ୍ଵ ଯୁବକେନ୍ଦ୍ର ପକ୍ଷରୁ ପରିଚାଳିତ ପ୍ରକଳ୍ପ ଆକସେସ ଟୁ ଜଷ୍ଟିସ ଫର ଚିଲ୍ଡରେନ୍ସ ତରଫରୁ ବୁଧୁବାର ତା -୨୪/୧୨/୨୫ ରେ ସଚେତନତା ବୈଠକ ଅନଷ୍ଠିତ ହେଇଯାଇଛି I ଏଥିରେ ବହୁ ଜନସାଧାରଣ ଯୋଗଦେଇ ଥିଲେ ।ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟବସ୍ତୁ ବାଲ୍ୟବିବାହ ନିଷେଧ ଆଇନ ୨୦୦୬ ବିଷୟରେ ସଚତନତା ବାଲ୍ୟ ବିବାହ ଯୋଗୁଁ ଝିଅ ଉପରେ ପଡ଼ୁଥିବା ଶାରୀରିକ , ପାରିବାରିକ,ମାନସିକ ତଥା ଆର୍ଥିକ ଚାପ,ସାମାଜିକ କୁପରିନାମ,ବାଲ୍ୟବିବାହ କ୍ଷେତ୍ରରେ ଆୟୋଜନକାରି ତଥା ସହଯୋଗୀଙ୍କୁ ଦଣ୍ଡବିଧାନ ତଥା ନିରାକରଣ ପାଇଁ ସମୁଦୟୀକ ଭୂମିକା ଉପରେ ଆଲୋଚନା ହୋଇଥିଲା। ଏହା ବ୍ୟତିତ ବୈଠକରେ ଶିଶୁ ଶ୍ରମିକ, ଶିଶୁ ଚାଲାଣ ଓ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ନିର୍ଯାତନା  ଉପରେ ଆଲୋଚନା ହୋଇଥିଲା। ବୈଠକ ଗୁଡିକରେ ସ୍ଥାନୀୟ ୱାର୍ଡ ମେମ୍ବର, ଆଶା ଓ ଅଙ୍ଗୱାଡ଼ି କର୍ମୀ ଯୋଗଦେଇ ଏହି ପ୍ରୟାସରେ ତାଙ୍କର ଭୂମିକା ବିଷୟରେ ଜଣାଇଥିଲେ । କାର୍ଯ୍ୟକ୍ରମର ଆୟୋଜନ ଓ ପରିଚାଳନା ପ୍ରକଳ୍ପ ସହଯୋଗୀ ବିଦୁଲତା ଭଞ୍ଜ ଯୋଗଦେଇଥିଲେ   ।

Recent Comments

Leave Comments

Top