ବଲାଙ୍ଗିର/୨୫/୧୨/୨୦୨୫/(ଆଧାର ମିଡ଼ିଆ) ବୁଧବାର ସ୍ଥାନୀୟ କଦଳିମୁଣ୍ଡ ନର୍ସରୀ ଠାରେ ପି ଆର୍ ହାଇସ୍କୁଲ ୧୯୯୭ ବେଚର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି ।ଦୀର୍ଘ ୨୦୦୪ ମସିହାରୁ ପ୍ରତିବର୍ଷ ଡିସେମ୍ବର ୨୫ତାରିଖରେ ଏହା ଅନୁଷ୍ଠିତ ହୋଇଥାଏ ।ଦେଶର ବିଭିନ୍ନ ସ୍ଥାନରେ ଥିବା ୮୫ଜଣ ସହପାଠୀ ବନ୍ଧୁ ଏକତ୍ରିତ ହୋଇ ପୁରୁଣା ସ୍ମୃତିକୁ ମନେ ପକାଇଥିଲେ ।ପ୍ରତ୍ୟେକ ବର୍ଷ ଏହିଦିନକୁ ଅନାଇ ବସିଥାନ୍ତି ପରସ୍ପରକୁ ଦେଖା କରିବ ପାଇଁ ।ସମସ୍ତେ ନିଜ ନିଜର ମତାମତ ରଖିଥିଲେ ଏବଂ ଆଗାମୀ ବର୍ଷ ପରିବାର ସହ ବନ୍ଧୁମିଳନ ପାଇଁ ପ୍ରସ୍ତାବ ରଖାଯାଇଥିଲା ।ଶେଷରେ ଅନେକ ସ୍ମୃତିରେ କାର୍ଯକ୍ରମ ସମାପନ ହୋଇଥିଲା
Recent Comments