logo
add image
୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳାକପ ଉଦଘାଟିତ।

୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳାକପ ଉଦଘାଟିତ।

କାକଟପୁର/୨୫/୧୨/୨୦୨୫/(ଆଧାର ମିଡ଼ିଆ-ତୁଷାର ଦୀକ୍ଷିତ)-ଗୁରୁବାର କାକଟପୁର ମିନି ଷ୍ଟାଡିୟମ ଠାରେ ୩୬ ତମ ରାଜ୍ୟସ୍ତରୀୟ ମଙ୍ଗଳା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚରେ ପ୍ରଥମେ ଜୁଭେନାଇଲ ସ୍ପୋର୍ଟିଂ ଟସଜିତି ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା।୨୦ ଓଭର ବିଶିଷ୍ଟ ମ୍ୟାଚ ରେ ଜୁଭେନାଇଲ ୧୫.୨ ଓଭରରେ ସମସ୍ତ ୱେକେଟ ହରାଇ ୫୦ ରନ ସଂଘ୍ରହ କରିଥିଲା l ଦଳ ପକ୍ଷରୁ ପ୍ରତୀକ ପହଣ ବ୍ୟକ୍ତିଗତ ୧୯ ରନ କରିଥିଲେ। ଜବାବରେ ୟୁନିଅନ ସ୍ପୋର୍ଟିଂ ୯.୩ ଓଭରରେ ୪ ଉଇକେଟ ହରାଇ ୫୧ ରନ ସଂଘ୍ରହ କରି ସେମିଫାଇନାଲରେ ପ୍ରବେଶ କରିଥିଲା। ୟୁନିଅନ ସ୍ପୋର୍ଟିଂ ତରଫରୁ ବିଶ୍ୱଜିତ ପ୍ରଧାନ ୧୭ ରନ ସଂଘ୍ରହ କରିଥିଲେ। ଏହି ଉଦଘାଟନ ମ୍ୟାଚରେ ମୁଖ୍ୟ ଅତିଥି ଭାବେ କାକଟପୁରର ବିଧାୟକତଥା ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା, ସମ୍ମାନୀୟ ଅତିଥି ପୁରୀଜିଲ୍ଲା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ,ପୂର୍ବତ୍ତନ କାକଟପୁର ସରପଞ ତପନ କୁମାର ଦୀକ୍ଷିତ, ଯୁବନେତା ହିମାଂଶୁ ଭୂଷଣ ଦୀକ୍ଷିତ.କାକଟପୁର ପ୍ରେସ କ୍ଲବର ଉପସଭାପତି ତୁଷାର ରଞ୍ଜନ ଦୀକ୍ଷିତ, ପ୍ରମୁଖ ଯୋଗଦେଇଥିଲେ।ଆଜିର ଏହି ଖେଳକୁ ଦଶହଜରରୁ ଉର୍ଦ୍ଧ ଦର୍ଶକ ଉପଭୋଗ କରିଥିଲେ।
ଖେଳ ଶେଷରେ ଆଜି ଖେଳର ଶ୍ରେଷ୍ଠ ଖେଳାଳି ସୌରଭ କାଞ୍ଜିଆକୁ କାକଟପୁର ପ୍ରେସ କ୍ଲବର ସଭାପତି କମଳ ଲୋଚନ ଦୀକ୍ଷିତ, ପୁରୀଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସୌମ୍ୟକାନ୍ତ ଖୁଣ୍ଟିଆ ପୁରସ୍କାର ପ୍ରଦାନ କରିଥିଲେ। ଉକ୍ତ ମ୍ୟାଚ କୁ ବରିଷ୍ଠ ଆମ୍ପୟାର ନିର୍ମଳ ଚନ୍ଦ୍ର ମିଶ୍ର ଏବଂତ୍ରିଭୁବନ ଦାସ ପରିଚାଳନା କରିଥିଲେ।ଧାରାବିବରଣି  ଭାଗବତ ସ୍ୱାଇଁ, ଭବାନୀ ଦାସ ପ୍ରଦାନ କରିଥିଲେ।ଏହି ମ୍ୟାଚ କୁ କ୍ଲବ ର ସଭାପତି ପ୍ରଦୀପ୍ତ ଦୀକ୍ଷିତ, କୋଷାଧ୍ୟକ୍ଷ ସୂର୍ଯ୍ୟକାନ୍ତ ଦୀକ୍ଷିତ, ସଞ୍ଜୟ ସାମଲ, ପିଚ କ୍ଯୁରେଟର ଧୀରେନ୍ଦ୍ର ଚାନ୍ଦ, ଶ୍ୟାମ ଲାଲ, ସୁଶାନ୍ତ ଦାସ ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତା କାଲି ଦ୍ୱିତୀୟ ଦିବସରେ ମୁକ୍ତେଶ୍ଵର ସ୍ପୋର୍ଟିଂ ଭୁବନେଶ୍ୱର ଏବଂ ରାମେଶ୍ୱର ସ୍ପୋର୍ଟିଂ ମଧ୍ୟରେ ଅନୁଷ୍ଠିତ ହେବବୋଲି କ୍ଲବ ର ସମ୍ପାଦକ ଶୁଭ୍ରାଂଶୁ ଦୀକ୍ଷିତ ସୂଚନା ଦେଇଛନ୍ତି।

Recent Comments

Leave Comments

Top