logo
add image
ଉଦ୍ଘାଟନକୁ ପୁରିଲା ତିନିବର୍ଷ .ଏଯାଏ ଶେଷହେଲାନି କାର୍ଯ୍ୟ -

ଉଦ୍ଘାଟନକୁ ପୁରିଲା ତିନିବର୍ଷ .ଏଯାଏ ଶେଷହେଲାନି କାର୍ଯ୍ୟ -

ପିପିଲି/ ୨୫/୧୨/୨୦୨୫/(ଆଧାର ମିଡ଼ିଆ)-ପୁରୀଜିଲ୍ଲା ପିପିଲିବ୍ଳକ ଅଧୀନ ପୂବାଶାସନ ପଞ୍ଚାୟତରେ ଗ୍ରାମ ଉର୍ଣ୍ଣାୟନ ବିଭାଗ ଦ୍ଵାରା ତିନିବର୍ଷ ଧରି କୋଟିକୋଟି ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ରାସ୍ତାକାର୍ଯ୍ୟ ଏବେ ଅସମ୍ପୂର୍ଣ୍ଣ ଥିବାନେଇ ଜନ ଅସନ୍ତୋଷ ଦେଖା ଦେଇଛି । ଗତ ବର୍ଷାଦିନରେ ବର୍ଷାପାଣି ଜମି ଜନସାଧାରଣ ହୀନସ୍ତା ଭୋଗି ନାହଁ ନଥିବା ଅସୁବିଧାର ସମୁଖୀନ ହୋଇ ଆସୁଥିଲେ । ଏନେଇ ଦୈନିକ ଓଡିଆ ଖବର “ ଦିନଲିପିରେ ଖବର ପ୍ରକାଶ ପାଇବା ପରେ ଉକ୍ତ ପଞ୍ଚାୟତକୁ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଉକ୍ତ ପଞ୍ଚାୟତର ଦଳିୟକର୍ମୀ ପିପିଲି ଗ୍ରାମଉର୍ଣ୍ଣୟନ ବିଭାଗର ନିର୍ବାହୀଯନ୍ତ୍ରି.ସହକାରୀ ଯନ୍ତ୍ରି ଏବଂ ନିଯୁକ୍ତି ଥିବା ଠିକାଦାର ପହଞ୍ଚିଥିଲେ। ବିଧାୟକ ରାସ୍ତାର ସ୍ଥିତି ଓ ଜନସାଧାର ଣଙ୍କ ଗମନା ଗମନର ସମସ୍ଯା ଶୋଚନୀୟ ଥିବା ଜାଣି ଉପସ୍ଥିତ ଥିବା ଯନ୍ତ୍ରି ଓ ଠିକାଦାରକୁ ଯଥାଶୀଘ୍ର କାର୍ଯ୍ୟ କରିବାକୁ ଗତ ଜୁଲାଇ ମାସରେ ନିର୍ଦେଶ ଦେଇଥିଲେ ।ବିଧାୟକଙ୍କ ନିର୍ଦେଶକୁ ବିଭାଗୀୟ ଯନ୍ତ୍ରି ଓ ଠିକାଦାର ପାଣିର ଗାରଭଳି ମନେକରି ଆଜିପର୍ଯ୍ୟନ୍ତ ମୁଠାଏ ମାଟି ପକାଇବା ସକ୍ଷମ ହୋଇ ନାହାନ୍ତି । ସେପଟେ ଯେତିକି କାର୍ଯ୍ୟ ହୋଇଛି ସେ ଗୁଡିକ ଏବେ ପୂର୍ବଅବସ୍ଥାକୁ ଫେରି ଆସିଥିବାରୁ ଜନସାଧାରଣା. ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମୁଖୀନ ହେଉଛନ୍ତି ।
ସୂଚନା ଅନୁଯାଇ ୨୦୦୬ ମସିହାରେ ଦିବଙ୍ଗତ ବିଜେଡି ବିଧାୟକ ତଥା ସେ ସମୟର ଓଡିଶା ସରକାରଙ୍କ ଟାଣୁଆମନ୍ତ୍ରୀ ପ୍ରଦୀପ ମହାରଥୀ ପୁରୀ –ଭୁବନେଶ୍ବର ଜାତୀୟ ରାଜପଥ ୨୦୩ ପୂବାଶାସନ ରାସ୍ତାକୁ ପି.ଏମ.ଜି.ଏସ.ୱାଇ ସ୍କ୍ରିମ ପ୍ରୋଜେକ୍ଟରେ ୬୦ ଲକ୍ଷ ୬୯ ହଜାରରେ ମଞ୍ଜୁରକରି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତା ୨୨.୧୨.୨୦୦୬ ରେ ଉଦ୍ଘାଟନ କରିଥିଲେ । ଉଦ୍ଘାଟନ ସମୟରେ ଗ୍ରାମ ଉର୍ଣ୍ଣୟନ ବିଭାଗ ଓ ଆଇନମନ୍ତ୍ରୀ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନ.ପୁରୀଜିଲ୍ଳା ସାଂସଦ ବ୍ରଜ କିଶୋର ତ୍ରିପାଠୀ,ଏବଂ ଦିବଙ୍ଗତ ବିଧାୟକ ଉପସ୍ଥିତ ରହି ଉଦ୍ଘାଟନକରି କାର୍ଯ୍ୟ କରିଥିଲେ । ସେହି ରାସ୍ତା ଶୋଚନୀୟ ହେବାପରେ ଦିବଙ୍ଗତ ବିଧାୟକଙ୍କ ପୁତ୍ର ରୁଦ୍ରପ୍ରତାପ ମହାରଥୀ ଉନ୍ନତି କରଣ ପ୍ରକଳ୍ପରେ ସାମିଲି କରି ତା ୧୦.୧୦.୨୦୨୩ରେ ପୁରୀ ସାଂସଦ ପିନାକୀ ମିଶ୍ର.ପିପିଲି ବ୍ଲକ ଅଧକ୍ଷ୍ୟା ଦେବସ୍ଵିନୀ ନନ୍ଦ. ଉପାଧକ୍ଷ ପ୍ରଫୁଲ୍ଲ ସ୍ଵାଇଁ. ଜିଲ୍ଲା ପରିଷଦ ସଭ୍ୟା ସୁଶ୍ରୀ ସଂଗୀତା ବେହେରା .ସରପଞ୍ଚ ରଶ୍ମୀପ୍ରଭା ଦାସ .ସମିତିସଭ୍ଯ ଚନ୍ଦ୍ରମଣି ବେହେରାଙ୍କ ଦ୍ଵାରା ଭିତିପ୍ରସ୍ତର ସ୍ଥାପନ କରାଯାଇ ଥିଲା । ଏରାସ୍ତା ବିଳମ୍ବ ହେବା ସମ୍ପର୍କରେ ଆମ୍ଭ ପ୍ରତିନିଧି ଦିବାକର ପ୍ରଧାନ ପୁରୀଜିଲ୍ଲା ଅଧିକ୍ଷଣ ଯନ୍ତ୍ରିଙ୍କ ମତାମତ ଲୋଡିବାରେ ରିପୋଟ ଲେଖାଯିବା ବେଳକୁ ପ୍ରତିକ୍ରିୟା ମିଳିନଥିଲା । ତେଣୁ ଏଦିଗରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ନଜର ଦେଇ ପିପିଲି ଗ୍ରାମ ଉର୍ଣ୍ଣାୟନ ବିଭାଗର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସହକାରୀ ଯନ୍ତ୍ରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପିପିଲି ବ୍ଲକ ବାସୀ ଦାବିକରି ଛନ୍ତି।

Recent Comments

Leave Comments

Top