ବାଲିଗୁଡା/୨୯/୧୨/୨୦୨୫/:(ଆଧାର ମିଡ଼ିଆ-ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଜନଶୁଣାଣି ତୁମୁଡ଼ିବନ୍ଧ ବ୍ଲକ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବେଦଭୂଷଣଙ୍କ ସମେତ ଆରକ୍ଷୀ ଅଧିକ୍ଷକ ହରିଶ ବିସି, ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଏବଂ ତୁମୁଡି଼ବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ ଓ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ, ଅଧିକାରିଣୀ ଯୋଗ ଦେଇଥିବା ବେଳେ ମୋଟ ୭୦ ଗୋଟି ଅଭିଯୋଗ ଶୁଣାଣି ମଧ୍ୟରୁ ହୋଇଥିବା ଜଣାପଡିଛି l କନ୍ଧମାଳ ଜିଲ୍ଲାରେ କିଛି ବ୍ଲକ୍ ମଧ୍ୟରୁ ତୁମୁଡ଼ିବନ୍ଧ ବ୍ଲକର ଅନେକ ଦୁର୍ଗମ ଅଞ୍ଚଳରେ ବିଭିନ୍ନ ସମସ୍ୟା ରହିଛି, ସେଥି ମଧ୍ୟରୁ ବିଶୁଦ୍ଧ ପାନୀୟ ଜଳ,ଗ୍ରାମ୍ୟ ସଡ଼କ ଯୋଜନା,ବିଦ୍ୟୁତ୍ ସେବା,ଆବାସ ଗୃହ,ମୁଖ୍ୟମନ୍ତ୍ରୀ ବସ୍ ସେବା ଓ ଅନ୍ୟାନ୍ୟ ସମସ୍ୟା ନେଇ ଜିଲ୍ଲାପାଳ ଓ ପ୍ରଶାସନଙ୍କ ପାଖରେ ନିଜ ଅଞ୍ଚଳର ଅଭିଯୋଗ ଜଣାଇଥିବା ଦେଖିବାକୁ ମିଳିଥିଲା|
Recent Comments