ବୌଦ୍ଧ/୨୯/୧୨/୨୦୨୫/(ଆଧାର ମିଡ଼ିଆ)-ସୋମବାର ଦିନ ୧ଘଣ୍ଟା ସମୟରେ ବୌଦ୍ଧ ପୂର୍ତ୍ତବିଭାଗ ବଙ୍ଗଳାଠାରେ ସରକାରୀ ପଂଜିକୃତ ଠିକାଦାର ସଂଘର ଏକ ବୈଠକ ଠିକାଦାର ଭରତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ଟେଣ୍ଡର ଓ ଅନ୍ୟାନ୍ୟ କ୍ଷେତ୍ରରେ ଠିକାଦାର ମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ | ଜିଲ୍ଲାରେ ବାହାର ଜିଲ୍ଲାର ଠିକାଦାର ମାନଙ୍କୁ ଟେଣ୍ଡର ପକାଇବାକୁ ବାରଣ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରା ଯାଇଥିଲା l ଠିକାଦାର ମାନଂକ ମଧ୍ୟରେ ସମନ୍ୱୟ ରକ୍ଷା ଓ ବିଭିନ୍ନ ନିଷ୍ପତ୍ତି ଗ୍ରହଣ ପାଇଁ ନୂତନ କାର୍ଯ୍ୟକାରୀ କମିଟି ଗଠନ କରା ଯାଇଥିଲା l ଉକ୍ତ କମିଟିରେ ଭରତ କୁମାର ପ୍ରଧାନ, ଦିଲ୍ଲୀପ ଦାସ, ମନୋଜ ସାହୁ, ରାକେଶ କୁଦେଈ, ମହମ୍ମଦ୍ ସଫିଉଲ୍, ଶେଖ କଲିମୁଲା, ସୀମାଚଳ ପ୍ରଧାନ, ସୁନୀଲ ଗୁପ୍ତା, ବାସୁଦେବ ଦେହୁରୀ, ପ୍ରବୀଣ ବେହେରା, ଡମ୍ବରୁ ଧର କନ୍ହର୍, ଶିବ ନାରୟଣ ଚାଉଳିଆ, ଶାନ୍ତନୁ ଥାଟି, ପୁରନ୍ଦର ବକ୍ସି, ହରି ପ୍ରସାଦ ସାହଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରା ଯାଇଥିଲା l
Recent Comments