logo
add image
ବୌଦ୍ଧ ଦଣ୍ଡନାଚରେ ସାମାଜିକ ଓ ସାଂସ୍କୃତିକ ବିଭବ ଆଲୋଚନାଚକ୍ର

ବୌଦ୍ଧ ଦଣ୍ଡନାଚରେ ସାମାଜିକ ଓ ସାଂସ୍କୃତିକ ବିଭବ ଆଲୋଚନାଚକ୍ର

ବୌଦ୍ଧ/୦୫/୦୧/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳାର ସାହିତ୍ଯ ଆଲୋଚନାଚକ୍ର ସ୍ଥାନୀୟ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ମହାସମା ରୋହରେ ପାଳିତ ହୋଇଯାଇଛି। ବୌଦ୍ଧଜିଲ୍ଲାର ଦଣ୍ଡନୃତ୍ୟରେ ସାମାଜିକ ଓ ସାଂସ୍କୃତିକ ବିଭବର ବିଷଦ ଆଲୋଚନାଚକ୍ରରେ ମୁଖ୍ଯଅତିଥି ଭାବେ ରବୀନ୍ଦ୍ରନାଥ ଗୁରୁ,ଅଧ୍ୟକ୍ଷ,ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ,ସମ୍ମାନିତ ଅତିଥି ଆଲୋଚକ ଭାବେ ପ୍ରକାଶକୁମାର ସେଠ,ଅଧ୍ୟାପକ,ଓଡ଼ିଆ ଭାଷା,ସାହିତ୍ଯ ଓ ସଂସ୍କୃତି ବିଭାଗ ,ବୀରମହା ରାଜପୁର ସ୍ନାତକ ମହାବିଦ୍ୟାଳୟ ଓ ଶାନ୍ତ୍ବନୁ ସୁନା,ଅଧ୍ୟାପକ,ଓଡ଼ିଆ ଭାଷା,ସାହିତ୍ଯ ଓ ସଂସ୍କୃତି ବିଭାଗ,ବରଗଡ ପଞ୍ଚାୟତ ମହାବିଦ୍ୟାଳୟ,ସମ୍ମାନିତ ଅତିଥି ଭାବେ ଚିତ୍ତରଞ୍ଜନ ଦାଶ,ଦୁଃଖିଶ୍ଯାମ ବେହେରା,ଉତ୍ତମ କୁମାର ବେହେରା,ଶିବଦତ୍ତ ପଟ୍ଟନାୟକ ଓ ଚନ୍ଦ୍ରକାନ୍ତ ନାୟକ ଆଦି ସାହିତ୍ଯିକ ଯୋଗଦାନ କରିଥିଲେ । ପ୍ରାବନ୍ଧିକ,ସ୍ତମ୍ଭକାର ଓ ଶିକ୍ଷାବିତ ଡକ୍ଟର (ଇଂ)ସଞ୍ଜୟକୁମାର ପଣ୍ଡାଙ୍କ ସଭାପତିତ୍ବରେ ପରିଚାଳିତ ଏହି ମନୋଜ୍ଞ ଆଲୋଚନାଚକ୍ରରେ ବୌଦ୍ଧଜିଲ୍ଲା ଦଣ୍ଡନୃତ୍ୟର ଆଦିପୀଠ ରୂପେ ଆଲୋଚିତ ହେବାସହ ବାଣ୍ଡି ବୁତଲ,ଫାର୍ସ ଧର୍ମୀ ନୃତ୍ଯ ବୌଦ୍ଧଜିଲ୍ଲାର ଗୁଡଭେଲିପଦର ଗ୍ରାମରୁ ପ୍ରାରମ୍ଭିତ ହୋଇଥିବା ମତପ୍ରକାଶ ପାଇଲା। ସଭାକାର୍ଯ୍ଯରେ ପ୍ରାରମ୍ଭିକ ମନ୍ତ୍ରପାଠ ଓ ସମ୍ପୂର୍ଣ ସଂଯୋଜନା ସନ୍ତୋଷ କୁମାର କର୍ଣ୍ଣ,ସାହିତ୍ଯିକ କରିଥିଲେ। ଆଲୋଚନାଚକ୍ର ରେ ଅଧ୍ୟାପକ ପ୍ରବୀର କୁମାର ଦାସ, ସାମ୍ବାଦିକ ସତ୍ୟନାରାୟଣ ପାଣି,ଶମ୍ଭୁ ଗିରିଙ୍କ ସହିତ ଅନେକ ବୁଦ୍ଧିଜୀବି ସାହିତ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ।ଆବାହକ କୃତ୍ତିବାସ ପଲିଆଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଆଲୋଚନାଚକ୍ର ସଫଳ ହୋଇଥିବା ବେଳେ ଚନ୍ଦ୍ରକାନ୍ତ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Recent Comments

Leave Comments

Top