ଗୁଣପୁର/୦୫/୦୧/୨୦୨୬/(ଆଧାର ମିଡ଼ିଆ)-ରିଖ ଅପରାହ୍ନ ୦୪ଘଟିକା ସମୟରେ ଗୁଣପୁର ଉପ ଜିଲ୍ଲାପାଳଙ୍କ ସଦ୍ଭାବନା ସଭା ଗୃହଠାରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନନିମନ୍ତେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଥିଲା।ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲିପଙ୍କ ନିର୍ଦ୍ଦେଶକ୍ରମେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଅଜୟକୁମାର ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ନୂତନ ଭାବେ ଯୋଗଦେଇଥିବା ଡେପୁଟି କଲେକ୍ଟର ଶୁଭଜିତ ରାଉତ,ଜହନ ବଡ଼ରଇତ,ସହକାରୀ ଜିଲ୍ଲାପାଳ ବିପିନଚନ୍ଦ୍ର ନାୟକ,ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ମନୋଜ କୁମାର ମଞ୍ଚସିନ ଥିଲେ।ସାଧାରଣତନ୍ତ୍ର ଦିବସ ଦିନ ଭୋର ୦୪-୩୦ ସମୟରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୁନ ପ୍ରଚାର କରାଯିବ । ୦୫-୩୦ସମୟରେ ଗୋଷ୍ଠୀ ଶିକ୍ଷା ତାଲିମ କେନ୍ଦ୍ରରୁ ପ୍ରଭାତଫେରି କରାଯିବ ।ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଗୁଡିକରେ ସକାଳ ୦୭-୩୦ ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯିବ ଓ ୦୮-୩୦ସମୟରେ ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରାଯିବ । ଉପ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିବେ । ସମୁଦାୟ ୨୭ଟି ପ୍ୟାରେଡ଼ ଦଳ ଅଂଶଗ୍ରହଣ କରିବାକୁ ଥିବାବେଳେ ଭାରତୀୟ ରିଜର୍ଭ ର୍ଫୋର୍ସ, ଭାମିନି ପ୍ୟାରେଡ଼ର ସମ୍ପୂର୍ଣ ଦାୟିତ୍ୱ ଗ୍ରହଣ କରିବେ । ଜାନୁୟାରୀ ୧୭ ଓ ୧୯ ଦୁଇଦିନ ଧରି ମିନିଷ୍ଟାଡିୟମ ଠାରେ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଜାନୁୟାରୀ ୨୦,୨୧, ଓ ୨୨ ତିନିଦିନ ସକାଳ ୦୮-୩୦ ସମୟରେ ମିନିଷ୍ଟାଡିୟମ ଠାରେ ପ୍ୟାରେଡ଼ର ପୂର୍ବଭ୍ୟାସ କରାଯିବାକୁ ସର୍ବ ସମ୍ମତିକ୍ରମେ ସ୍ଥିର କରାଗଲା । ଆଜିର ଏହି ବୈଠକରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ,ଆଦର୍ଶ ଥାନା ଅଧିକାରୀ କେକେବିକେ କହଁର,ଜେଲ ଉପ ଅଧିକ୍ଷକ, ଫରେଷ୍ଟ ରେଞ୍ଜ ଅଧିକାରୀ ଗଙ୍ଗାଧର ମିଶ୍ର,ମହାବିଦ୍ୟାଳୟ ଅଧ୍ୟକ୍ଷ,ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ଲେଫ୍ଟନାଣ୍ଟ ସୁସ୍ମିତା ବାଉରୀ,ପ୍ରଧାନ ଶିକ୍ଷକ,ସରକାରୀ ଉଚ୍ଚ ବିଦ୍ୟାଳୟ ହେମାନନ୍ଦ ବରିହା,ଗୋଷ୍ଠୀ ଶିକ୍ଷା ତାଲିମକେନ୍ଦ୍ର ଅଧ୍ୟକ୍ଷ ମନୋଜ କୁମାର ଗମାଙ୍ଗ,ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀ,ସମସ୍ତ ଏନସିସି ଅଧିକାରୀ,ପିଇଟି,ବିଭିନ୍ନ ଶିକ୍ଷାନୁଷ୍ଠାନ ମୁଖ୍ୟ ପ୍ରମୁଖଙ୍କ ସମେତ ସାମ୍ବାଦିକ ବୁଦ୍ଧିଜୀବୀ ଉପସ୍ଥିତଥିଲେ । ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ସଂଯୋଜନା କରିଥିବା ବେଳେ ଅନନ୍ତପାତ୍ର ସହଯୋଗ କରିଥିଲେ ।
Recent Comments