logo
add image
୧୯୯୦ ମସିହା ମାଟ୍ରିକବ୍ୟାଚର ବନ୍ଧୁମିଳନ ଉତ୍ସବ ।

୧୯୯୦ ମସିହା ମାଟ୍ରିକବ୍ୟାଚର ବନ୍ଧୁମିଳନ ଉତ୍ସବ ।

ବୋଲଗଡ/05/୦୧/୨୦୨୬/(ଆଧାର ମିଡ଼ିଆ-ପ୍ରସନ୍ନକୁମାର ସ୍ବାଇଁ)-ଖୋର୍ଦ୍ଧାଜିଲ୍ଲା ବୋଲଗଡ ଶିକ୍ଷା ବ୍ଲକଅନ୍ତର୍ଗତ ବହୁ ପୁରାତନ ବାମନ ଉଚ୍ଚ ବିଦ୍ୟାଳୟର ୧୯୯୦ ମସିହା ମାଟ୍ରିକ ବ୍ୟାଚର ୩୫ତମ ଲଗାତାର ଶାଶ୍ଵତ ବନ୍ଧୁମିଳନ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି l ଏହି ବନ୍ଧୁମିଳନ ଉତ୍ସବ ଦୀର୍ଘ ୩୫ବର୍ଷ ଧରି ବନ୍ଧୁମାନଙ୍କ ନିଷ୍ଠାପର ଭାବରେ ଭେଦଭାବ ନରଖି ପ୍ରତିବର୍ଷ ଭଳି ଏହି ବନ୍ଧୁମହୋତ୍ସବ୍ ପାଳନ କରାଯାଏ ।ଚଳିତ ୨୦୨୬ବର୍ଷର ବୋଲଗଡ଼ ସ୍ଥିତ ମା' ଭୂଇଁଆଣୀଙ୍କ ଶକ୍ତି ପୀଠ ଠାରେ ରବିବାର ଦିନ ଅନୁଷ୍ଠିତ ହୋଇଯାଇଅଛି l ଏହି ପୁରାତନ ଛାତ୍ର ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରମାନଙ୍କ ସମେତ ପରିବାର ବର୍ଗ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ବନ୍ଧୁ ଓ ବନ୍ଧୁ ପରିବାରଙ୍କ ମଧ୍ୟରେ ଇଂରାଜୀ ନୂତନ ବର୍ଷର ଶୁଭେଚ୍ଛା ଆଦାନପ୍ରଦାନ କରିବା ସହିତ ପୁରାତନ ସ୍ବର୍ଗତ ଛାତ୍ର ଓ ଶିକ୍ଷକଙ୍କ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ସମସ୍ତ ପୁରାତନ ଛାତ୍ରମାନେ ଅତୀତର ଅଭୁଲା ସ୍ମୃତିକୁ ମନେପକାଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିବା ସଙ୍ଗେ ସଙ୍ଗେ ମନ ଆନନ୍ଦରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜକୁ ହଜାଇ ଦେଇଥିଲେ lଏହି କାର୍ଯ୍ୟକ୍ରମରେ ସମସ୍ତ ବନ୍ଧୁ ପରିବାର ମିଳିମିଶି ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲେ। ସେହିପରି ସଫେଇ,ବୃକ୍ଷରୋପଣ ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କ୍ଷେତ୍ରରେ ସାମାଜିକ କାର୍ଯ୍ୟକର୍ମରେ ନିଜକୁ ନିୟୋଜିତ କରିବା ଉଦ୍ଦେଶ୍ୟରେ ଶପଥ ପାଠ କରାଇଥିଲେ। ବନ୍ଧୁମାନଙ୍କ ମଧ୍ୟରେ ଡାକ୍ତର ପ୍ରତାପ କୁମାର ସାହୁ,ପ୍ରଦୀପ ପଟ୍ଟନାୟକ ,ଶୁଭେନ୍ଦୁ ଖାଡଙ୍ଗା,ବିଧୁରଞ୍ଜନ ସାହୁ,ଗୌରାଙ୍ଗ ଚମ୍ପତି,ଦେବପ୍ରସାଦ ସାହୁ,ନେତ୍ର ରଞ୍ଜନ ମିଶ୍ର,ପ୍ରସନ୍ନ କୁମାର ସାହୁ , ସୁବ୍ରତ ମହାପାତ୍ର,ପ୍ରମୋଦ ଓଝା,କୀର୍ତ୍ତନ ବେହେରା,ବିଜୟ କୁମାର ଦାସ ପ୍ରମୁଖ ବନ୍ଧୁ ପରିବାରମାନେ ଯୋଗଦେଇଥିଲେ ।ପରିଶେଷରେ ସାଙ୍ଗ ବଳରାମ ମାର୍ଥା ଯୋଗଦେଇଥିବା ବନ୍ଧୁପରିବାର ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଆଗାମୀ ବନ୍ଧୁ ମିଳନ ଉତ୍ସବରେ ସମସ୍ତ ବନ୍ଧୁ ପରିବାରଙ୍କୁ ଏହି ମହାନ ପର୍ବରେ ଯୋଗଦେବା ପାଇଁ ବନ୍ଧୁମାନେ ନିବେଦନ କରିଥିଲେ ।

 

Recent Comments

Leave Comments

Top