ପିପିଲି/୦୬/୦୧/୨୦୨୬/(ଆଧାର ମିଡ଼ିଆ)-ଭୁବନେଶ୍ୱର ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ନିକଟ ଜମାଲପୁର ଛକଠାରେ ମାର୍ମନ୍ତୁଦ ସଡ଼କଦୁର୍ଘଟଣା ଘଟିଛି.ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିବା ଏକ ଲାଲରଙ୍ଗର ସ୍କୁଟି ଆକ୍ଟିଭା ଯାହାର ନଂ OD-33_X-0081 କୁ ପଛପଟୁ ଧକ୍କା ଦେଇଥିଲା ସାରଳା ବସ. ଦୁର୍ଘଟଣା ଘଟଣା ସ୍ଥଳରେ ସ୍କୁଟିରେ ଯାଉଥିବା ଦୁଇଜଣ ମହିଳାଙ୍କ ଦୁର୍ଘଟଣା ସ୍ଥଳହିଁ ମୃତ୍ୟୁ ହୋଇଥିଲା ବେଳେ ପିପିଲି ପୋଲିସ ପହଂଚି ମୃତଦେହ କୁ ଜବତ କରିବାସହ ଯାତାୟାତ ସ୍ୱାଭାବିକ କରିଛି! ସେପଟେ ମୃତ ଦୁଇ ମହିଳାଙ୍କ ମଧ୍ୟରୁ ଜଣେ ନ୍ୟୁଜର ରିପୋର୍ଟର ସିଲା ପଟ୍ଟନାୟକ ବୋଲି ଅସମର୍ଥିତ ସୂତ୍ରରୁ ସୂଚନାମିଳିଛି.ଯାହାକି ଦୁର୍ଘଟଣା ସ୍ଥଳରୁ ହିଁ ତାଙ୍କର ଆଇଡି ଟି ପୋଲିସକୁ ମିଳିଥିବା ବେଳେ ଅନ୍ୟ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ! ସେ ତାଙ୍କର ସମ୍ପର୍କୀୟ ହେବେବୋଲି ସୂଚନା ମିଳି ଅଛି.ତେବେ ରାସ୍ତାମଝିରେ ବାଲି ଗଦାହୋଇ ରହିଥିବା ଯୋଗୁଁ ଆକ୍ଟିଭା ସ୍କୁଟି ଭାରସାମ୍ୟ ହରାଇବା ବେଳେ ପଛରୁ ଆସୁଥିବା ସାରଳାବସ ତାଙ୍କଉପରେ ଚଢ଼ି ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟ ହୋଇଥିଲା!
Recent Comments