ବୌଦ୍ଧ/୦୭/୦୧/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧପଞ୍ଚାୟତ ମହାବିଦ୍ଯାଳୟର ଜାତୀୟ ସେବା ଯୋଜନାର ସାତ ଦିବସୀୟ ଶୀତକାଳୀନ ସ୍ବତନ୍ତ୍ର ଶିବିର ଉଦ୍ଘାଟନ ହୋଇଯାଇଛି ।ଏହି ଉଦଘାଟନୀ ସଭାରେ ଜାତୀୟସେବା ଯୋଜନାର ମୁଖ୍ୟକାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ସୁରଜକୁମାର ନାଏକଙ୍କ ପରିଚାଳନରେ ମହାବିଦ୍ଯାଳୟ କୋ.ୟୁନିଟ ତରଫରୁ ବୌଦ୍ଧ ଜିଲ୍ଲା ବଙ୍କାପଡା ଗ୍ରାମରେ ଶୀତକାଳୀନ ସାତଦିବସୀୟ ସ୍ବତନ୍ତ୍ର ଶିବିର ଆରମ୍ଭ ହୋଇଛି । ପ୍ରଥମ ଦିବସର ଉଦଘାଟନୀ ସଭରେ ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଅଧ୍ୟକ୍ଷ ମୁଖ୍ୟଅତିଥି ଭାବରେ ଯୋଗଦେଇ ସ୍ବେଚ୍ଛାସେବୀ ଶିବିରାର୍ଥୀମାନଙ୍କୁ ସେବାର ମହତ୍ବ ତଥା ଶିବିରର ଉଦ୍ଦେଶ୍ୟ ବିଷୟରେ ମାର୍ଗଦର୍ଶନ କରିଥିଲେ।ତାଙ୍କସହିତ ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଇଂରାଜୀ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ଭାଗ୍ୟବାନ ମହାକୁଡ,ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଡ.ସୁଜାତା ସାହୁ,ସଂସ୍କୃତ ବିଭାଗର ବିଭାଗୀୟ ମୁଖ୍ୟ ଶ୍ରୀଯୁକ୍ତ ପ୍ରତାପକୁମାର ରଥ,ବଙ୍କାପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସଭାକାର୍ଯ୍ୟରେ ଯୋଗଦେଇ ସ୍ବେଚ୍ଛାସେବୀମାନଙ୍କୁ ଶିବିରର ଉପାଦେୟତା ବିଷୟରେ ମାର୍ଗଦର୍ଶନ କରିଥିଲେ । ଶେଷରେ ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟର ଇଂରାଜୀ ବିଭାଗର ଅଧ୍ୟାପିକା ତଥା ଜାତୀୟ ସେବା ଯୋଜନାର ସହଯୋଗୀ ସଂଚାଳିକା ସୁଶ୍ରୀ କଲ୍ଯାଣୀ ଦେବୀ ସୁନାନୀ ଧନ୍ଯବାଦ ଅର୍ପଣ କରିଥିଲେ । ଏହି ଶୀତକାଳୀନ ସ୍ଵତନ୍ତ୍ର ପ୍ରଶିକ୍ଷଣ ଶିବିର ତା ୦୬/୦୧/୨୦୨୬ରିଖ ରୁ ଆରମ୍ଭ ହୋଇ ତା ୧୩/୦୧/୨୦୨୫ ରିଖ ଦୀର୍ଘ ସାତଦିନ ପର୍ଯ୍ୟନ୍ତ ଚାଲିବ।
Recent Comments