logo
add image
ବିନିକା ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ.

ବିନିକା ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ.

ବିନିକା/୭/୧/୨୦୨୬/(ଆଧାର ମିଡ଼ିଆ-ଅକ୍ଷୟ କୁମାର ପୂଜାହାରୀ)–ଆଜି ସୁବର୍ଣ୍ଣପୁର ଜିଲ୍ଳା ବିନିକାବ୍ଳକ ସଭାଗୃହରେ ପଞ୍ଚାୟତ ସମିତି ସାଧାରଣ ବୈଠକ ବିନିକା ବ୍ଳକଅଧ୍ୟକ୍ଷା ଦିପ୍ତିରେଖା ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିନିକା ବିଡ଼ିଓ ଶରତ ବାଗ ବୈଠକ ପରିଚାଳନା କରିଥିଲେ.ପ୍ରଥମେ ବିନିକାବ୍ଳକ ଗ୍ରା.ପ ଉୁନ୍ନୟନ ଅଧିକାରୀ ଶରତ କୁମାର ମିଶ୍ର ପୁର୍ବ ବୈଠକର ବିବରଣି ପଠନ କରିବାପେରେ ପୂର୍ବବୈଠକ ଉପ‌ରେ ଆଳୋଚନା କରି ଦୃଢ଼ୀକରଣ କରା ଯାଇଥିଲା.ଆଜିର ବୈଠକରେ ସ୍ବାସ୍ଥ୍ୟ,ପଶୁପାଳନ,ପାନୀୟଜଳ,ସାଧାରଣ ବଣ୍ଟନ,ବିଦ୍ୟୁତ,ମହିଳା ଓ ଶିଶୁ ବିକାଶ ଯୋଜନା,ଶିକ୍ଷା,ଜଳସେଚନ,ଜଙ୍ଗଳ,କୃଷି,ଉଦ୍ୟାନ,ସମବାୟ,ମତ୍ସ୍ୟଚାଷ,ତହସିଲଭୁକ୍ତ ଜାତି ଓ ଜନଜାତି ମଙ୍ଗଳ, ସାମାଜିକ ସୁରକ୍ଷା,ବିଭିନ୍ନ ଉନ୍ନୟନ ମୂଳକ ତଥା ଅନ୍ୟାନ୍ୟ ବିଭାଗ ଉପରେ,ଆଲୋଚନା ହୋଇଥିଲା.ବୈଠକରେ ସାଧାରଣ ବଣ୍ଟନ ବିଭାଗର ଧାନକ୍ରୟ,ସମବାୟରେ ବିଭିନ୍ନ ପେସ୍କମାନଙ୍କୁ ଥିବା ଗୋଦମଘର ନିର୍ମାଣ,କୃଷିବିଭାରେ ସରକାରଙ୍କ ବିହନବଣ୍ଟନ ଉପରେ ଆଲୋଚନା ସମୟରେ ବୈଠକ ବେସ ସରଗରମ ହୋଇଉଠିଥିଲା,ବୈଠକରେ ବିରମାହାରାଜପୁର ବିଧାୟକ ରଘୁନାଥ ଜଗଦଲା ମୂଖ୍ୟ ଅତିଭାବରେ ଯୋଗଦେଇ ଆଲୋଚନା ଉପରେ ଭାଗନେଇ ଅନେକ ଅଧିକାରୀଙ୍କୁ ବାରମ୍ବାର ତାଗିତ କଲେମଧ୍ୟ କାର୍ଯ୍ୟ ସପୁନ୍ନ ହୋଇପାରୁ ନିଥିବାରୁ ନିଜକୁ ଅସହାୟ ମଣିଥିଲେ. ବୈଠକରେ ବିନିକାବ୍ଳକ ଅଧିନରେ ଥିବା ଜେଇମାନଙ୍କୁ ଠିକ ହିସାବରେ କାର୍ଯ୍ୟକରି କାର୍ଯ୍ୟକୁ ତ୍ବରାନ୍ନିତ କରିବାକୁ ବିନିକା ବିଡ଼ିଓ ଓ ସହକାରୀ ନିର୍ବାହି ଯନ୍ତ୍ରୀଙ୍କୁ ନିଦ୍ଦେଶ ଦେଇଥିଲେ.ବୈଠକରେ ସୋନପୁର ବିଧାୟକଙ୍କ ପ୍ରତିନିଧି ଅଶୋକ ନନ୍ଦ, ସାସଂଦ ପ୍ରତିନିଧି ବିଶ୍ବମ୍ବର ମିଶ୍ର,ବିନିକା ଜିଲ୍ଲା ପରିସଦ ସଭ୍ୟ-ପ୍ରମିଳା କଲତା,ବଶିଷ୍ଠ ଭରାସାଗର,ବ୍ଳକ ଉପାଧ୍ୟକ୍ଷ ନିର୍ମଳ ଷାଣ୍ଢ,ସରପଞ୍ଚ ସଂଘ ସଭାପତି ରଜତକୁମାର ପଧାନ,ଶଙ୍କରା ସରପଞ୍ଚ ଅଶୋକ ପୃଷ୍ଟି,କୁହିବାହଲ ସରପଞ୍ଚ ସୁଦାମ ପଧାନ,ସିଂଘିଯୁବା ସରପଞ୍ଚ ପଦ୍ମୀନୀ ତ୍ରୀପାଠୀ,ଚରଦା ସମିତିସଭ୍ୟ ନଳିନୀ ସାହୁ,ମହଦା ସରପଞ୍ଚ ଭୀମସେନ ସିଂଦେଓ,ବାବୁପାଲି ସରପଞ୍ଚ ସୈାଦାମିନୀ ସାହୁଶଙ୍କର ସମିତିସଭ୍ୟ ମଧୁମିତା ପଣ୍ଡା ସମେତ ବିନିକା ବ୍ଳକ ୧୬ ଗୋଟି ଗ୍ରାମପଞ୍ଚାୟତ ସମିତି ସଭ୍ୟ/ସଭ୍ୟା,ସରପଞ୍ଚ,ଆଲୋଚନାରେ ଭାଗନେଇଥିଲେ.ଏଥିରେ ବିନିକା ଜଙ୍ଗଲ ବିଭାଗ ରେଞ୍ଜର ଡ଼ମ୍ବରୁଧର ପଧାନ,ସିଡ଼ିପିଓ ଲକ୍ଷ୍ମିପ୍ରିୟା ମିଶ୍ର,ଡ଼ା ସତ୍ୟନାରାୟଣ ପାଣିଗ୍ରାହି,ରାମପୁର କେନାଳ ଏଇଇ ଅଭିନନ୍ଦନ କିଶାନ ଏବିଇଓ ହେମସାଗରକ କାଲସେ, ସପ୍ଳାଏ ଇନସ୍ପେକ୍ଟର ପ୍ରମୋଦଚନ୍ଦ୍ର ପଣ୍ଡା ,ଟିପିବ୍ଳୁଓଡ଼ତଏଲ୍ ବିନିକା ଜେଇ ସୁଭମ୍ ଆଚାର୍ଯ୍ୟ ,ବିନିକା ବିଏସଏସଓ ବିଭାଗ ପିଏ ପ୍ରିୟବ୍ରତ ମିଶ୍ର,ଆଇପିଓ ପ୍ରିୟବ୍ରତ ତ୍ରୀପାଠୀ, ସମେତ ବ୍ଳକ ସ୍ତରିୟ  ଅଧିକାରୀ  ଓ ବିନିକା ବ୍ଳକ କାର୍ଯ୍ୟଳୟ ସମସ୍ତ କର୍ମଚାରୀ ଉପସ୍ତିତଥିଲେ ା ବିନିକା ବ୍ଳକ  ସହକାରୀ ନିର୍ବାହି ଯନ୍ତ୍ରୀ ବିଜୟକୁମାର ପୂର୍ତ୍ତି ଧନ୍ୟବାଦ ଅର୍ପଣକରିଥିଲେ ା

Recent Comments

Leave Comments

Top