ବିନିକା/୭/୧/୨୦୨୬/(ଆଧାର ମିଡ଼ିଆ-ଅକ୍ଷୟ କୁମାର ପୂଜାହାରୀ)-ଆଜି ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିନିକା ବ୍ଲକ ଚରଦାଗ୍ରାମର କକା ପୁତୁରାଙ୍କ ଶୋକସନ୍ତପ ପରିବାରକୁ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଭେଟି ସମବେଦନା ଜଣାଇଛନ୍ତି l ସୂଚନା ଅନୁସାରେ ଚରାଦାଗ୍ରାମର କକା ପୁତୁରା ଭଜନବାଘ ଏବଂ ପାର୍ଥବାଘ ନିମନ୍ତ୍ରଣ କାର୍ଡ ବଣ୍ଟିବାକୁ ଯାଉଥିବା ବେଳେ ସାଲେଭଟା ଅଙ୍ଗନଦୀ ଠାରେ ଏକ ପୀକଅପ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା l ଫଳରେ ଉଭୟ କକା ପୁତୁରାଙ୍କ ମୃତ୍ୟୁ ଘଟିଥିଲା l ତେବେ ଆଜି ବିଧାୟକ ଇଂ ଜଗଦଲା ଉଭୟଙ୍କ ଶୋକ ସନ୍ତପ ପରିବାରକୁ ଭେଟି ସମବେଦନା ଜଣାଇବା ସହ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାପାଇଁ ପରିବାରକୁ ପ୍ରତିଶ୍ରୁତି ଦେଇଥିଲେ l ବିଧାୟକଙ୍କ ଗସ୍ତ ସମୟରେ ଜିଲ୍ଲା କୃଷକମୋର୍ଚ୍ଚା ସଭାପତି ଅଶୋକ ପୃଷ୍ଟି,ପ୍ରଶାନ୍ତ ଥନାପତି ଙ୍କ ସମେତ ବହୁ ବିଜେପି ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ l
Recent Comments