logo
add image
ଶିଶୁଶ୍ରମିକ ନିରୋଧସମ୍ପର୍କରେ ସଚେତନତା

ଶିଶୁଶ୍ରମିକ ନିରୋଧସମ୍ପର୍କରେ ସଚେତନତା

ଢେଙ୍କାନାଳ/୦୭/୦୧/୨୦୨୬/(ଆଧାର ମିଡ଼ିଆ)-ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଠାରୁ ଗୁଡିଆ କାଟେଣୀ ପଯ୍ୟନ୍ତ ବିଶ୍ଵ ଯୁବକେନ୍ଦ୍ର ଅନୁଗୋଳ ଦ୍ୱାରା ପରିଚାଳିତ ଆକ୍ସେସ ଟୁଜଷ୍ଟିସ ପ୍ରକଳ୍ପ ତରଫରୁ ଏକ ଦିବସୀୟ ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି।କଣ୍ଟାବଣିଆ ଠାରୁ ଗୁଡିଆ କାଟେଣୀ ମଧ୍ୟରେ ଥିବା ହୋଟେଲ,ଢ଼ାବା,ଗ୍ୟାରେଜ,ଗୁଡିକରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା,୧୪ ବର୍ଷରୁ କମ ଶିଶୁଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ, ଏବଂ ୧୫ ରୁ 18ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଂକୁଳ କାର୍ଯ୍ୟରେ ନିୟୋଜିତ କରିବା ଏକ ଧର୍ତ୍ତବ୍ୟ ଅପରାଧ। ଏପରି କାର୍ଯ୍ୟ କରାଉଥିବା ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଜୋରିମାନା ଦେବା ସହ ୨ବର୍ଷ ଯାଏଁ ଜେଲ ଦଣ୍ଡ କରାଯିବାର ବ୍ୟବସ୍ଥା ରହିଛି। ଏହିପରି ଭୁଲ ଦ୍ଵିତୀୟଥର ହେଲେ ୩ବର୍ଷଯାଏଁ କାରାଦଣ୍ଡ ମଧ୍ୟ ହୋଇପାରେ। ଏହି ସଚେତନତା କାର୍ଯ୍ୟକ୍ରମ ରେ ୬ ଜଣ ଶିଶୁଶ୍ରମିକଙ୍କୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟି ଅଧିକାରୀଙ୍କୁ ହସ୍ତାନ୍ତର କରିଥିଲୁ। ଆଜିର ଏହି କାର୍ଯ୍ୟକ୍ରମରେ ବିଶ୍ୱ ଯୁବକେନ୍ଦ୍ରର ପୂଜାସ୍ୱାଇଁ,ଅଭିଷେକ ମହାପାତ୍ର,ମାନି ସ୍ୱାଇଁ,ମନସ୍ମିତା ନାୟକ,କୁମୁଦିନୀ ସ୍ୱାଇଁ,ଜୁଲି ସ୍ୱାଇଁ,ପୁର୍ଣିମା ସାହୁ,ପପି ଦେହୁରୀ,ଦୀପି ଦେହୁରୀ,ସୋନାଲିସା ଶବର,ଲଷ୍ମୀ ବେହେରା,ସୁନିତା ସାହୁ,ସୁମିତ୍ରା ଦେହୁରୀ, ତପନ ପାତ୍ର,ଚାଇଲଡ ହେଲ୍ପ ଲାଇନର ବ୍ରହ୍ମାନନ୍ଦ ସାହୁ,ସୁବ୍ରତ ସାହୁ ସହଯୋଗ କରିଥିଲେ।

Recent Comments

Leave Comments

Top