ବଲାଣି/ବଡବିଲ/୬/୧/୨୬/(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝରଜିଲ୍ଲା ବଲାଣିସ୍ଥିତ ବକ୍କଲହାଟିଂ ତଥା ଆଖପାଖ ଅଞ୍ଚଳରେ ଥିବା ଗାଁ ଗୁଡିକରେ କେନ୍ଦ୍ରୀୟ ଔଦ୍ୟୋଗିକ ସୁରକ୍ଷାବଳ(ସିଆଇଏସଏଫ୍)ବଲାଣି ୟୁନିଟ ପକ୍ଷରୁ ମଙ୍ଗଳବାର ଦିନ ଆବଶ୍ୟକ ଜନିତ ପ୍ରାୟ ୫୦ ବରିଷ୍ଠମହିଳା ଓ ପୁରୁଷମାନଙ୍କୁ କମ୍ବଳ ଓ ଜଳଖିଆ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ମୁଖ୍ୟତଃ ବଲାଣି ଲୌହଖଣିର କେନ୍ଦ୍ରୀୟ ଔଦ୍ୟୋଗିକ ମହିଳା ସୁରକ୍ଷାବଳ (ସି ଆଇ ଏସ ଏଫ୍ ବଲାଣି ୟୁନିଟ୍) ର ତତ୍ବାବଧାନରେ ଆୟୋଜିତ କରାଯାଇଥିଲା । ଏହିବର୍ଷ ଭୀଷଣ ଶୀତ ପଡ଼ିଥିବାରୁ ଗରିବ,ଅସହାୟ ଏବଂ ଆବଶ୍ୟକ ଜନିତ ଲୋକମାନଙ୍କୁ ଶୀତରୁ ରକ୍ଷା ପାଇବାପାଇଁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମର ଆୟୋଜନ ଶ୍ରୀ ଦୀପକ ରାୟ (ଡେପୁଟି କମାଣ୍ଡେଣ୍ଟ)ଙ୍କ ମାର୍ଗଦର୍ଶନରେ ତଥା ମହିଳା ସୁରକ୍ଷାବଳର ପ୍ରେସିଡେଣ୍ଟ ଶ୍ରୀମତୀ ରଞ୍ଜନାଙ୍କ ଉପସ୍ଥିତିରେ ସମାପନ ହୋଇଥିଲା । ଏହି ଅବସରରେ ମହିଳା ସୁରକ୍ଷା ବଳର ପ୍ରତ୍ୟେକ ସଦସ୍ୟମାନେ ସୁଚାରୁ ରୁପେ ଭାଗନେଇ କମ୍ବଳ ଓ ଜଳଖିଆ ବିତରଣ କରୁଥିବାର ଦେଖିବକୁ ମିଳିଛି।
Recent Comments