logo
add image
ବଲାଣିସେଲ୍ ଲୌହଖଣି ଠିକାଦାରଙ୍କ ବନ୍ଧୁମିଳନ ଉତ୍ସବ।

ବଲାଣିସେଲ୍ ଲୌହଖଣି ଠିକାଦାରଙ୍କ ବନ୍ଧୁମିଳନ ଉତ୍ସବ।

ବଲାଣି/ବଡବିଲ/୮/୦୧/୨୬/(ଆଧାର ମିଡିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-ରାଷ୍ଟ୍ରୀୟତା ଉଦ୍ୟୋଗ ସେଲର ରାଉରକେଲା ଇସ୍ପାତ୍ କାରଖାନା ଅଧିନସ୍ଥ ବଲାଣିସେଲ ଲୌହଖଣିର ଠିକାଦାରଙ୍କ ବନ୍ଧୁମିଳନ ଉତ୍ସବ ଶାନ୍ତିନଗରସ୍ଥିତ ଡ଼୍ୟାମ ପରିସରରେ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି।ନୂତନ ବର୍ଷର ପ୍ରାରମ୍ଭରେ ସ୍ଥାନୀୟ ଠିକାଦାରମାନେ ସମସ୍ତଙ୍କ ଶୁଭ କାମନା ନିମନ୍ତେ ନିଜ ନିଜର ଧର୍ମ ଅନୁସାରେ ପୂଜାର୍ଚ୍ଚନା କରିବା ସହ ପ୍ରତିବର୍ଷ ପରି ଚଳିତବର୍ଷ ଠିକାଦାରମାନଙ୍କ ସମବେତ ଏକ ପବିତ୍ର ଓ ଆନନ୍ଦଦାୟକ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଉକ୍ତ ବନ୍ଧୁମିଳନ ଉତ୍ସବ ଗତ ବୁଧବାର ଦିନ ବଲାଣି ଠିକାଦାର ସଂଘପକ୍ଷରୁ ଅନୁଷ୍ଠିତ କରାଯାଇଥିଲା।
ଏଥିରେ ଯୋଗ ଦେଇଥିବା ବନ୍ଧୁମାନେ ନିଜର ପରିଚୟ,ପ୍ରତିଷ୍ଠା ଓ ସମସ୍ତଙ୍କ ଅଗ୍ରଗତି ସମ୍ପର୍କରେ ପରସ୍ପର ମଧ୍ୟରେ ଆଲୋଚନା କରିବାସହ ସଂଘରେ ବିତିଯାଇଥିବା ପୂର୍ବଦିନ ସମୟର ସ୍ମୃତିକୁ ମନେପକାଇ ଆନନ୍ଦ ଅନୁଭବ କରୁଥିଲେ।
ସୂଚନାଯୋଗ୍ୟ ବଲାଣି ଠିକାଦାର ସଂଘ ପାଣ୍ଠିରୁ ଜନସାଧାରଣ କଲ୍ୟାଣନିମନ୍ତେ ଏହି ଅଞ୍ଚଳରେ ଥିବା ଛୋଟ ଛୋଟ  ଗାଁ,ହାଟିଂ,ବସ୍ତି,ସ୍କୁଲ ଆଦି ସ୍ଥାନଗୁଡ଼ିକର ଗରିବ,ଅସହାୟ ଲୋକମାନଙ୍କୁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ଭୀଷଣ ବର୍ଷାରେ ଅସହାୟ ଓ ଗରିବ ଲୋକଙ୍କ ଘର ଭୁଶୁଡ଼ି ପଡ଼ିଥିବା ମରାମତି ନିମନ୍ତେ ଆର୍ଥିକ ସହାୟତା ପ୍ରଦାନ କରିଆସୁଛି । ସ୍କୁଲ୍ ଗୁଡ଼ିକରେ ଶୀତରୁ ରକ୍ଷା ପାଇବାପାଇଁ ସ୍ବିଟର ବିତରଣ କାର୍ଯ୍ଯକ୍ରମ କରିବା ସହ ବିଭିନ୍ନ ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାର ଦେଖିବକୁ ମିଳିଛି। ବିଶେଷ କରି ଉତ୍ତମ ଚିକିତ୍ସା ନିମନ୍ତେ ଏହି ଅଞ୍ଚଳର ଗରିବ ଓ ଅସହାୟ ଲୋକମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଆସୁଛି।ସଂଘର ସଭାପତି ଶ୍ରୀ ବୀରକିଶୋର ଦାସ ସମ୍ପାଦକ ଶ୍ରୀ ମହାଜନ ଚୌଧୁରୀ କୋଷାଧ୍ୟକ୍ଷ ଏମ ଡି ଅବଦୁଲ୍ ହନାନ୍, ଏମଡି ହାଇଦର ଅଲ୍ଲୀ,ରାଜେନ୍ଦ୍ର ନନ୍ଦ,ଶ୍ରବଣ ଗୋସାଇଁ,ପ୍ରଦୀପ ସ୍ୱାଇଁ,ଇନାମୁଲ ହକ୍,ବିନୟ ଚୌଧୁରୀ ପ୍ରମୁଖ ଉକ୍ତ ବନ୍ଧୁମିଳନ ଉତ୍ସବ କାର୍ଯ୍ୟକ୍ରମରେ ସହଯୋଗ କରିବାରେ ସାମିଲ ହୋଇଥିଲେ।

Recent Comments

Leave Comments

Top