ବାଲିଗୁଡା/୧୦/୦୧/୨୦୨୬/-(ଆଧାର ମିଡ଼ିଆ-ସଞ୍ଜୟକୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ଆଦିବାସୀ ନେତା ତଥା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଦୁଇ ଦୁଇଥର ବିଧାୟକ କରେନ୍ଦ୍ର ମାଝୀଙ୍କ ଦେହାନ୍ତ ପରେ ତାଙ୍କ ସହଯୋଗୀ ମାନଙ୍କୁ ନେଇ ଇଂରାଜୀ ନୂତନବର୍ଷ ଅବସରରେ ଗୁମା ପଞ୍ଚାୟତ ଉଷାବାଲି ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା,ତୁମୁଡ଼ିବନ୍ଧ,କୋଟଗଡ ଓ କ. ନୂଆଗାଁ ବ୍ଲକର ଶହେରୁ ଉର୍ଦ୍ଧ ସହଯୋଗୀ ମାନେ ଏକାଠି ହୋଇଥିଲେ। ପୂର୍ବତନ ବିଧାୟକ କରେନ୍ଦ୍ର ଜଣେ ସ୍ପଷ୍ଟବାଦୀ ଜନନେତା ଥିଲେ। ନିଜ ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲାର ବିକାଶ କ୍ଷେତ୍ରରେ ତାଙ୍କର ଅବଦାନ ରହିଛି। ଏଣୁ ତାଙ୍କର ଅଧୁରା ସ୍ବପ୍ନ ପୂରଣ କରିବାପାଇଁ ଏକ କରେନ୍ଦ୍ରମାଝୀ ସ୍ମୃତି କମିଟି"ଗଠନ କରାଯିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇ ଥିଲା। ପ୍ରଥମେ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବାଲିଗୁଡ଼ା,ତୁମୁଡ଼ିବନ୍ଧ କୋଟଗଡ ଓ କ. ନୂଆଗାଁ ବ୍ଲକ ସ୍ତରରେ ଏକ ବ୍ଲକ ସ୍ତରୀୟ କମିଟି ଗଠନ କରାଯିବ। ଅଞ୍ଚଳର ବିକାଶପାଇଁ କାର୍ଯ୍ୟକରିବା ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବବୋଲି ମତପ୍ରକାଶ ପାଇଛି। ସ୍ବର୍ଗତ କରେନ୍ଦ୍ର ମାଝୀଙ୍କ ପ୍ରତିମୂର୍ତ୍ତି ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଠାରେ ନିର୍ମାଣ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏହି ବନ୍ଧୁ ମିଳନରେ ପୂର୍ବତନ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନେତ୍ର ମାନସେଠ୍,ସାମ୍ବାଦିକ ସନ୍ତୋଷ ଦାସ,ବେଲଘର ସରପଞ୍ଚ ଗୋବିନ୍ଦ ମାଝୀ,ବିରେନ୍ଦ୍ର ଜାନୀ,ସମିତି ସଭ୍ୟ ଟଙ୍କଧର ମାଝୀ, ପୂର୍ବତନ ସରପଂଚ ସୁଜିତ ଦଳେଇମାଝୀ,ପ୍ରମୋଦ ମାଝୀ,ମୋହନ ବଳିଆରସିଂ,ଚିହ୍ନିବର ବଳିଆରସିଂ,ପବିତ୍ର ମୋହନ ବେହେରା,ସ୍ୱର୍ଯ୍ୟକାନ୍ତ ନାୟକ,ଅନ୍ତର୍ଯ୍ୟାମୀ ବେହେରା,ରଞ୍ଜିତ ପାତ୍ର,ବିରେନ୍ଦ୍ର ସାହୁ,ଯଶୋବନ୍ତ ମାଝୀ ପ୍ରମୁଖ ନିଜ ନିଜର ମତ ରଖିଥିଲେ। ସ୍ବର୍ଗତ କରେନ୍ଦ୍ର ମାଝୀଙ୍କ ପୁତ୍ର ଚିରଞ୍ଜିବି ମାଝୀ ମଧ୍ୟ ଉପସ୍ଥିତ ରହି ବାପାଙ୍କ ଅଧୁରା ସ୍ବପ୍ନପୂରଣ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଯାହାକୁ ନେଇ ନୂତନ ବର୍ଷରେ ରାଜନୀତିକ ପାଣିପାଗ ସରଗରମ ହୋଇଛି l
Recent Comments