ବୌଦ୍ଧ/୧୦/୦୧/୨୦୨୬/(ଆଧାର ମିଡ଼ିଆ)-ଵନ୍ଦେ ମାତରଂର ୧୫୦ତମ ଜୟନ୍ତୀ ଅଵସରରେ ବୌଦ୍ଧଗଡ଼ ପୌର ପରିଷଦର ସମସ୍ତ ଵିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେlଇଯାଇଛି l ଏହି ତାଲିମ ଶିବିରରେ ପ୍ରଶିକ୍ଷକ ତଥା ବରିଷ୍ଠ ସାଧନକର୍ମୀ ଭାବେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଉତ୍ତମ କୁମାର ବେହେରା,ସହକାରୀ ଶିକ୍ଷକ,ପ୍ରକାଶ ମେହେର,ପ୍ରଧାନଶିକ୍ଷକ ଅଭିନଵ ପଟ୍ଟନାୟକ ଯୋଗଦେଇ ବନ୍ଦେ ମାତରଂର ମହତ୍ବ ସମ୍ଵନ୍ଧରେ ମତଵ୍ୟକ୍ତ କରିଥିଲେ l ବନ୍ଦେ ମାତରଂ ଭାରତ ସ୍ଵାଧିନତା ସମୟରେ ସମସ୍ତ ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିଥିଲା ଏବଂ ଦେଶାତ୍ମବୋଧ ଜାଗ୍ରତ କରିଥିଲା ଇତ୍ୟାଦି ଅନେକ ବିନ୍ଦୁ ଉପରେ ପ୍ରଶିକ୍ଷକମାନେ ଆଲୋକପାତ କରିବାସହ ଏହାର ଇତିହାସ ଓ ରାଜନୈତିକ ପୃଷ୍ଠଭୂମି ଵିଷୟରେ ପ୍ରଶିକ୍ଷଣ ଦେବା ପୂର୍ବକ ସାମୂହିକ ଗାନ ଅଭ୍ୟାସ କରାଇଥିଲେ l ମର୍ଯ୍ୟାକୁଦ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ତୋଷ କୁମାର କର୍ଣ୍ଣ ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ,ଅଧ୍ୟାପକ,ଅଧ୍ୟାପିକlଙ୍କ ଉପସ୍ଥିତି ଏବଂ ପ୍ରଶିକ୍ଷଣ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଭାରପ୍ରାପ୍ତ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତଙ୍କୁ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l
Recent Comments