logo
add image
କଣିହାଁ ବନବିଭାଗପକ୍ଷରୁ ତାଲିମଶିବିର,

କଣିହାଁ ବନବିଭାଗପକ୍ଷରୁ ତାଲିମଶିବିର,

କଣିହାଁ/୧୨/୦୧/୨0୨୬/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳଜିଲ୍ଲା ବନଖଣ୍ଡ ଅଧିନସ୍ତ କଣିହାଁ ବନାଞ୍ଚଳ ପକ୍ଷରୁ ସୋମବାର ଏକ ତାଲିମଶିବିର ଓ ସାମଗ୍ରୀ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପାଳଲହଡା ବିଧାୟକ ଅଶୋକ ମହାନ୍ତି ଯୋଗଦାନ କରି,ଜଙ୍ଗଲ ସଂରକ୍ଷଣ,ବନ୍ୟଜନ୍ତୁ ସୁରକ୍ଷା ଓ ବନ ସରଂକ୍ଷଣ ସମିତିର ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସଶକ୍ତି କରଣଙ୍କୁ ନେଇ,ବିଧାୟକ ଶ୍ରୀ ମହାନ୍ତି ଆଲୋକପାତ କରିଥିଲେ l  ସଭାରେ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ନୃସିଂହ ବରାଳ,ଆରସିସିଏଫ ସଞ୍ଜୟ କୁମାର ସ୍ବାଇଁ, ଡିଏଫଓ ନିତିଶ କୁମାର,ଏସିଏଫ ସିଦ୍ଧାର୍ଥ ଜୈନ,ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର,କଣିହାଁ ରେଞ୍ଜର ନୀଳାନ୍ଦ୍ରି ନାଥ ସାହୁ,ଏବଂ କଣିହାଁସରପଞ୍ଚ ରଞ୍ଜିତା ବେହେରା ଜିଲ୍ଲା ବିଜେପି ସମ୍ପାଦିକା ବସନ୍ତ ମଞ୍ଜରୀ ପ୍ରଧାନ,ପ୍ରମୁଖ ଯୋଗଦେଇ ଥିଲେ।
ଏହି ଅବସରରେ ଓଡିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗପକ୍ଷରୁ କଣିହାଁ ବନସଂରକ୍ଷଣ ସମିତି ଅଧିନସ୍ଥ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ସଶକ୍ତିକରଣ ନେଇ ଜୀବିକା ପ୍ରୋତ୍ସାହନ ନିମନ୍ତେ ହାତଯନ୍ତ୍ର ଓ ବୈଦ୍ୟୁତିକ ଯନ୍ତ୍ରପାତି,ବିତରଣ କରିବା ସହିତ ଧନ୍ଦାମୂଳକ ଓ ବୃତ୍ତିଗତ ପ୍ରଶିକ୍ଷଣ ଦିଆଯାଇଥିଲା। ଏଥିରେ ବହୁ ମହିଳା ବନ୍ୟ ସରକ୍ଷଣ ସମିତିର କାର୍ଯ୍ୟକର୍ତ୍ତା ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତଙ୍କ ସମେତ ଅନେକ ବରିଷ୍ଠ ବୁଦ୍ଧିଜୀବୀ ସାମିଲ ହୋଇଥିଲେ।

Recent Comments

Leave Comments

Top