logo
add image
କାକଟପୁର ବ୍ଲକରେ ଜନଶୁଣାଣୀ ଅନୁଷ୍ଠିତ।

କାକଟପୁର ବ୍ଲକରେ ଜନଶୁଣାଣୀ ଅନୁଷ୍ଠିତ।

କାକଟପୁର/୧୨/୦୧/୨୦୨୬/(ଆଧାରମିଡିଆ-ତୁଷାର ଦୀକ୍ଷିତ)-ପୁରୀଜିଲ୍ଲା କାକଟପୁର ବ୍ଲକ ପରିସରରେ ଥିବା ସମ୍ମିଳନୀ କକ୍ଷ ମଧ୍ୟରେ ବ୍ଲକଅଧକ୍ଷ ଶ୍ରୀଧର ନାୟକଙ୍କ ଅଧକ୍ଷତାରେ ପରିଚାଳିତ ଶିବିରରେ ଅତିଥିଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶରତଚନ୍ଦ୍ର ବେହେରା,ଉପଜିଲ୍ଲାପାଳ ରାଜକିଶୋର ଜେନା,ସହକାରୀ ଜିଲ୍ଲାପାଳ ତଥା ଅଭିଯୋଗପ୍ରକୋଷ୍ଟ ଅଧିକାରୀ ଶ୍ରୀଯୁକ୍ତ ବିବେକାନନ୍ଦ ସାହୁ,ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକାରୀ ସଚିନ ପଟେଲ ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ,ତହସିଲଦାର ଅଙ୍କିତା ଅନିନ୍ଦିତା,ବିଡ଼ିଓ ନାରାୟଣ ଦୀକ୍ଷିତି,ତଥା ଶିକ୍ଷା,ଯୋଗାଣ ବିଭାଗ,ମଙ୍ଗଳ ବିଭାଗ,ସମାଜ କଲ୍ୟାଣ ବିଭାଗ,ଜଳ ଓ ପରିମଳ,ପୂର୍ତ୍ତ,ଗ୍ରାମ୍ୟ ନିର୍ମାଣ,କୃଷି,ଜଙ୍ଗଲ,ବିଦ୍ୟୁତ,ଜଳସେଚନ,ପଶୁ ସମ୍ପଦ, ଶ୍ରମ,ମୄର୍ତ୍ତିକା ସଂରକ୍ଷଣ ଆଦି ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ।
ଉପସ୍ଥିତ ଅଧିକାରୀ ୧୧ଟି ଅଭିଯୋଗ ସମାଧାନ ସଙ୍ଗେ ସଙ୍ଗେ କରିଥିଲେ।ଅଭିଯୋଗ ଶୁଣାଣୀରେ ଆବାସ ଯୋଜନା ଭିନ୍ନକ୍ଷମକୁ ପ୍ରଶାସନର ବୈମାତୃକ ମନୋଭାବ ଯୋଗୁଁ ଅନ୍ତ୍ୟୋଦୟ ଗୃହରୁ ବଂଚିତ କରିବା,ବାଦ୍ଧକ୍ୟ ଭତ୍ତା ପ୍ରଦାନ, ଚିକିତ୍ସା ସହାୟତା,ବିଭିନ୍ନ କାର୍ଯ୍ୟର ବିଲ ପୈଠ ସମ୍ବଦୀୟ ସହ ଭତ୍ତା ସମ୍ଭଦୀୟ ଅଭିଯୋଗରେ ତୁରନ୍ତ ଯାଞ୍ଚ କରିବାକୁ ନିର୍ଦ୍ଧେଶ ଦିଆଯାଇଥିଲା।ଏହି ଶିବିରରେ ଜିଲ୍ଲାସ୍ତରୀୟ ସହ ବ୍ଲକସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Recent Comments

Leave Comments

Top