logo
add image
ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବାଜିମାରିଲେ ବୌଦ୍ଧର ସୁନାଝିଅ ଟେନିଶା.

ଜାତୀୟ ତୀରନ୍ଦାଜ ପ୍ରତିଯୋଗିତାରେ ବାଜିମାରିଲେ ବୌଦ୍ଧର ସୁନାଝିଅ ଟେନିଶା.

ବୌଦ୍ଧ/୧୨/୦୧/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧର ସୁନାଝିଅ ଟେନିଶାଙ୍କ ତୀରନ୍ଦାଜ ପ୍ରତିଯୋଗିତାରେ କୃତୀତ୍ୟୁ। ଭାରତ ସରକାରଙ୍କ ଦ୍ୱାରା ୬୯ତମ ୧୭ବର୍ଷରୁ କମ ଜାତୀୟ ତୀରନ୍ଦାଜ ପ୍ରତିଯୋଗିତା ଜାନୁଆରୀ ୨୦୨୬ ତା ୬ରିଖ   ଠାରୁ ତା ୧୦ରିଖ ପର୍ଯ୍ୟନ୍ତ ଝାରଖଣ୍ଡର ରାଞ୍ଚିରେ ଆୟୋଜିତ ହୋଇଥିଲା । ଏହି ତୀରନ୍ଦାଜ ପ୍ରତିଯୋଗିତାରେ  ଓଡ଼ିଶାଦଳରେ ବୌଦ୍ଧଜିଲ୍ଲାର ଟେନିଶା ମେହେର ଭାଗ ନେବାସହ ଓଡ଼ିଶାରାଜ୍ୟ ଦଳ ଦ୍ୱିତୀୟସ୍ଥାନ ଅଧିକାର କରି ଓଡ଼ିଶାରାଜ୍ୟର ଗୌରବ ରଖିଛନ୍ତି । ଟେନିଶା ମେହେର ବୌଦ୍ଧଭଳି ଗୋଟିଏ ଛୋଟଜିଲ୍ଲାରୁ ଯାଇ ରାଜ୍ୟଦଳରେ  ଜାତୀୟସ୍ତରରେ ଦ୍ଵିତୀୟସ୍ଥାନ ଅଧିକାରକରି ରୋପ୍ୟପଦକ ହାସଲ କରିଥିବାରୁ ତାଙ୍କୁ ବୌଦ୍ଧଜିଲ୍ଲାର ବୁଦ୍ଧିଜୀବି ତଥା ଜନସାଧାରଣ ପ୍ରଶଂସା କରିବାସହିତ ବୌଦ୍ଧ ପୌରପାଳିକା ଅଧ୍ୟକ୍ଷ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ମିଶ୍ର ,ବୌଦ୍ଧଜିଲ୍ଲା ତୀରନ୍ଦାଜ ସଂଘର ସଭାପତି ଶ୍ରୀଯୁକ୍ତ ବସନ୍ତକୁମାର ସାହୁ,ସମ୍ପାଦକ ଶ୍ରୀଯୁକ୍ତ ଅର୍ଜୁନ କଅଁର,ଗଙ୍ଗାଧର ମେହେର ସ୍ବେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧର ସଭାପତି ଶ୍ରୀଯୁକ୍ତ ମିନୁପ୍ରସାଦ ମିଶ୍ର,ସମ୍ପାଦିକା ଶ୍ରୀମତୀ ସଂଯୁକ୍ତା ମଲ୍ଲିକ ଶୁଭେତ୍ସା ଜଣେଇବା ସହିତ ତାଙ୍କ ଉଜ୍ବଳଭବିଷ୍ୟତ କାମନା କରିଛନ୍ତି । ଟେନିଶାଙ୍କ ଏହି ସଫଳତା ଖବର ପାଇବାପରେ ସମଗ୍ର ବୌଦ୍ଧଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ସେ ବୌଦ୍ଧଜିଲ୍ଲା ବୁଟୁପାଲିର ଯୁବ ସମାଜସେବୀ ଇନ୍ଦ୍ରମଣି ମେହେର ଓ ସନ୍ତୋଷିନୀ ମେହେରଙ୍କ ସୁକନ୍ୟା ଅଟନ୍ତି ଓ ସେ ବର୍ତ୍ତମାନ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡା ଛାତ୍ରାବାସରେ ପ୍ରଶିକ୍ଷଣ ନେଉଛନ୍ତି ।

Recent Comments

Leave Comments

Top