ବଲାଣି/୧୨/୦୧/୨୦୨୬/(ଆଧାର ମିଡ଼ିଆ/ରିପୋର୍ଟ-ରାଜେନ୍ଦ୍ର ନନ୍ଦ)-କେନ୍ଦୁଝରଜିଲ୍ଲା ବଲାଣି ଟାଉନସିପ ସ୍ଥିତ ସ୍ବାମୀ ବିବେକାନନ୍ଦ ଛକରେ ସ୍ବାମୀ ବିବେକାନନ୍ଦଙ୍କ ୧୬୪ତମ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ଗାୟତ୍ରୀ ମନ୍ଦିରର ସମସ୍ତ ସଦସ୍ୟ ମାନେ ଏକତ୍ରିତ ହୋଇ ସ୍ଵାମୀଙ୍କ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା କରି ଫୁଲମାଳ ଅର୍ପଣ କରିଥିଲେ l ବଲାଣି ଲୌହଖଣିର ବିବେକାନନ୍ଦ ଉତ୍ସବ କମିଟି ଦ୍ବାରା ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲୌହଖଣିର (ମେଣ୍ଟେନାନ୍ସ ବିଭଗ)ମୁଖ୍ୟ ମହାପ୍ରବନ୍ଧକ ଆନନ୍ଦ କୁମାର ଦୀପ ପ୍ରଜ୍ବଳିତକରି ମାଲ୍ୟାର୍ପଣ କରିଥିଲେ l ବଲାଣି ଲୌହଖଣିର ବିଭିନ୍ନ ବିଭାଗୀୟ ଅଧିକାରୀ,ସଂଗଠନ ପ୍ରତିନିଧି ମଣ୍ଡଳ,ସାମାଜିକ ସଙ୍ଗଠନ ପ୍ରତିନିଧି ମଣ୍ଡଳ ସହ ପ୍ରତ୍ୟେକ ସ୍କୁଲର ସଂଖ୍ୟାଧିକ ଛାତ୍ର ଛାତ୍ରୀମାନେ ଉପସ୍ଥିତହୋଇ ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ମୁଖ୍ୟ ଅତିଥି ସ୍ବାମୀ ବିବେକାନନ୍ଦଙ୍କ ଜୀବନୀ ପ୍ରକାଶ କରିବାସହ ତାଙ୍କ ମାର୍ଗଦର୍ଶକରେ ଚାଲିବାକୁ ଦର୍ଶାଇଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ସଫଳତା କରିବାରେ ବିବେକାନନ୍ଦ ଉତ୍ସବ କମିଟିର ସଦସ୍ୟମାନେ ବେଶ ଭୂମିକା ଗ୍ରହଣ କରିଥିବାର ଦେଖିବାକୁ ମିଳିଛି.
Recent Comments