ବୌଦ୍ଧ/୧୩/୦୧/୨୦୨୬/(ଆଧାର ମିଡ଼ିଆ)-ବୌଦ୍ଧ ସହରଦେଇ ଯାଇଥିବା ମହାନଦୀର ପରିବେଶକୁ ସ୍ୱଚ୍ଛ ଓ ନିର୍ମଳତା ପାଇଁ ପରିଯୋଜନା ମହାନଦୀ ଆଳତି ୨୦୨୩ରେ ଆରମ୍ଭ କରାଯାଇଥିଲା.ସେହି ମହାନଦୀ ଆଳତିର ଚତୁର୍ଥ ଜନ୍ମୋତ୍ସବ ପାଳନ କରିବାପାଇଁ ମହାନଦୀ ଆଳତି ଘାଟରେ ଆଜି ମଙ୍ଗଳବାର ଦିନ ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ମାଘ ସପ୍ତମୀ ରବିବାର ଜାନୁଆରୀ ୨୫ ତାରିଖରେ ମହାସମାରୋହରେ ପାଳନ କରାଯିବା ପାଇଁ ଆଲୋଚନା ହୋଇଥିଲା.ଏହି ବୈଠକରେ ବୁଦ୍ଧିଜୀବୀ ପ୍ରଭାସ ଚନ୍ଦ୍ର ମିଶ୍ର,ସ୍ନେହଲତା ପୁରୋହିତ,ବ୍ରହ୍ମଚାରୀ ଆଦିତ୍ୟ ଦାସ,ଟୁନୁରାମ ଅଗ୍ରୱାଲା,ନଟବର ଅଗ୍ରୱାଲା ନିଜ ନିଜ ମତ ପ୍ରଦାନ କରିଥିଲେ l ବ୍ରାହ୍ମ ମୁହୂର୍ତ୍ତ ୫ଘଣ୍ଟାରେ ସ୍ବତନ୍ତ୍ର ଯୋଗ ଶିବିର,ସୂର୍ଯ୍ୟପୂଜା,ସୂର୍ଯ୍ୟପୁରାଣ ପାଠ ଓ ବିଶ୍ଵଶାନ୍ତି ଯଜ୍ଞ ଅନୁଷ୍ଠିତ ହେବ l ଏହି ଅବସରରେ ଏକ ସାଧୁ ସନ୍ଥ ସମ୍ମିଳନୀ ସହିତ ଅପରାହ୍ନରେ ୪ଟାରେ ଉକ୍ତଦିନ ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ମୋ ସ୍ଵପ୍ନର ବୌଦ୍ଧଜିଲ୍ଲା କର୍ମଶାଳା ଓ ବାର୍ଷିକ ଉତ୍ସବ ଆୟୋଜନ କରାଯିବ l ସନ୍ଧ୍ୟାରେ ସାମୁହିକ ମାଁ ମହାନଦୀ ଦିବ୍ୟ ଆଳତି କରାଯିବାକୁ ନିଷ୍ପତ୍ତି ନିଆଯା ଇଛି l ଶେଷରେ ଭଜନ ସମାରୋହ ଓ ପ୍ରସାଦ ବିତରଣ କରିବାକୁ ସ୍ଥିରୀକୃତ ହୋଇଯାଇଛି l ମହାନଦୀ ଆଳତି ଘାଟରେ ରହିଥିବା ସମସ୍ୟାର ସମାଧାନ ପାଇଁ ଏକ ପ୍ରତିନିଧି ମଣ୍ଡଳୀ ବିଧାୟକ,ଚେୟାରମେନ୍,ଜିଲ୍ଲାପାଳ ଓ ସଂପୃକ୍ତ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ପାଇଁ ନିଷ୍ପତି ନିଆଯାଇଥିଲା l ଉତ୍ସବରେ ବିଭିନ୍ନ ବର୍ଗରୁ ଅତିଥିମାନଙ୍କୁ ନିମନ୍ତ୍ରଣ କରାଯିବାକୁ ମତପ୍ରକାଶ ପାଇଥିଲା.ଆଜିର ପ୍ରସ୍ତୁତି ବୈଠକରେ ଅରୁଣ ପଟ୍ଟନାୟକ,ମିନୁପ୍ରସାଦ ମିଶ୍ର,ଅମିତା ମହାପାତ୍ର ନଟବର ଅଗ୍ରୱାଲା ମତାମତ ପ୍ରକାଶ କରିଥିଲେ l ଶେଷରେ ଦେବାଶିଷ ପୁରୋହିତ ଧନ୍ୟବାଦ ପ୍ରଦାନ କରିଥିଲେ l
Recent Comments