logo
add image
ବ୍ରାହ୍ମଣସମାଜର ନଗରସମ୍ମିଳନୀ

ବ୍ରାହ୍ମଣସମାଜର ନଗରସମ୍ମିଳନୀ

ଗୁଣୁପୁର/ରାୟଗଡା/୧୪/୧/୨୦୨୬/(ଆଧାରମିଡିଆ)-ରାୟଗଡା ଜିଲ୍ଲା ଗୁଣୁପୁର ବିଦ୍ୟାନିକେତନ ନିକଟସ୍ଥ ପଡିଆରେ ଆଜି ବ୍ରାହ୍ମଣ ସମାଜ ପକ୍ଷରୁ ନଗର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୁଣୁପୁର ପୌର ପରିଷଦର ସମସ୍ତ ବ୍ରାହ୍ମଣ ପରିବାର ଯୋଗ ଦେଇଥିଲେ। ସଭାପତି ପ୍ରଶାନ୍ତ ମିଶ୍ର,ସମ୍ପାଦକ ଗଜା ପାଳ,ଯୁଗ୍ମ ସମ୍ପାଦକ ଦୁର୍ଗାପ୍ରସାଦ ପାଣିଗ୍ରାହୀ,ଉପ ସଭାପତି ଗଣ ଯୋଗଦେଇଥିଲେ। ସ୍ଥାୟୀ ସଦସ୍ୟ ରଂଜିତ ପାଢ଼ୀ,ଉମା ଶଙ୍କର ଦାଶ,ପ୍ରଶାନ୍ତ ହୋତା ପ୍ରମୁଖ ଯୋଗଦେଇଥିଲେ। ସର୍ବପ୍ରଥମେ ବିଶ୍ୱାଶାନ୍ତି ଉଦେଶ୍ୟରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ସମସ୍ତ ବ୍ରାହ୍ମଣ ପରିବାର ର ସଦସ୍ୟ ସଦସ୍ୟା ଗଣ ହନୁମାନ ଚାଳିଶା ପାଠ କରିଥିଲେ। ବ୍ରାହ୍ମଣଙ୍କ ବିକାଶ ଉନ୍ନତି ଓ ଅସହାୟ ଙ୍କୁ ସାହାଯ୍ୟ ସହଯୋଗ କରିବା, ବ୍ରାହ୍ମଣ ସମାଜରେ ଅଧିକ ବ୍ରାହ୍ମଣ ଙ୍କୁ ଯୋଡିବା ପ୍ରଭୃତି ବିଷୟରେ ଆଲୋଚନା କରାଯାଇଥିଲା। ବ୍ରାହ୍ମଣ ସମାଜ ଗରିବ ବ୍ରାହ୍ମଣ ପିଲାଙ୍କ ସାମୁହିକ ବ୍ରତ, କରୋନା ସମୟରେ ପୂଜକ, ସେବାୟତ ଓ ଗରିବ ବ୍ରାହ୍ମଣଙ୍କୁ ସହାୟତାକରି ଜିଲ୍ଲାରେ ଖ୍ୟାତିଅର୍ଜନ କରିଛି।      

Recent Comments

Leave Comments

Top